Latest Odisha News

୮ କୋଟି ଦେଲେନି ବୋଲି ୮୦୦ କିମି. ଦୂରରେ ଫୋପାଡିଦେଲେ ସ୍ବାମୀଙ୍କ ମୃତଦେହ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ।

ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ପୋଲିସ ଚାରିଟି ଦଳ ଗଠନ କରି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସର ତଦନ୍ତ ଅନୁଯାୟୀ, ମୃତକଙ୍କ ନାମ ରମେଶ ଓ ତାଙ୍କ ବୟସ ୫୪ ବର୍ଷ। ଅକ୍ଟୋବର ୮ରେ କୋଡାଗୁରେ ଥିବା ଏକ କଫି ବଗିଚାରେ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ପୋଲିସ ଟିମ୍ ୫୦୯ ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ।

ସୂଚନା ଅନୁଯାୟୀ, ରମେଶ ଏକ ସମ୍ପତ୍ତି ବିକ୍ରି କରି ୮ କୋଟି ଟଙ୍କା ପାଇଥିଲେ। ହେଲେ ଏ ଟଙ୍କା ପତ୍ନୀଙ୍କୁ ଦେଇନଥିଲେ ରମେଶ। ଯାହାକୁ ପାଇବା ପାଇଁ ତାଙ୍କ ପତ୍ନୀ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ। ନିହାରିକା ତାଙ୍କ ବନ୍ଧୁ ଅଙ୍କୁରଙ୍କୁ ଅକ୍ଟୋବର ୧ରେ ଓ ଅକ୍ଟୋବର ୩ରେ ସ୍ୱାମୀ ରମେଶଙ୍କୁ ହାଇଦ୍ରାବାଦକୁ ଡାକିଥିଲେ। ପରେ ନିହାରିକା ଅଙ୍କୁରକୁ ଛାଡିବା କଥା କହି ସ୍ୱାମୀ ରମେଶଙ୍କ ସହ କାରରେ ଚାଲିଯାଇଥିଲେ।

ବାଟରେ ଅଙ୍କୁର ଏବଂ ନିହାରିକା ରମେଶଙ୍କୁ ଗଳା ଚିପି ହତ୍ୟା କରି  ଦୁହେଁ ବେଙ୍ଗାଲୁରୁର ହୋରାମାଭୁ ଚାଲିଯାଇଥିଲେ। ପରେ ଅନ୍ୟ ଜଣେ ସାଙ୍ଗ ନିଖିଲକୁ ଡାକି ମୃତଦେହକୁ ପ୍ରାୟ ୮୪୦ କିଲୋମିଟର ଦୂରରେ ନେଇ ପୋଡି ଦେଇଥିଲେ।

ତେବେ ଅପରାଧରେ ବ୍ୟବହୃତ କାରକୁ ମଧ୍ଯ ଜବତ କରାଯାଇଛି୲ ପୋଲିସ ରମେଶଙ୍କ ଦ୍ୱିତୀୟ ପତ୍ନୀ ନିହାରିକା ଏବଂ ତାଙ୍କର ଦୁଇ ବନ୍ଧୁ ଡକ୍ଟର ନିଖିଲ ଏବଂ ଅଙ୍କୁର ରାଣାଙ୍କୁ ଗିରଫ କରିଛି।

 

Leave A Reply

Your email address will not be published.