Latest Odisha News

BREAKING NEWS

ସୋନା ମହାପାତ୍ରଙ୍କ ଅଭିଯୋଗ ପରେ ‘ଇଣ୍ଡିଆନ୍ ଆଇଡ଼ଲ’ରୁ ବିଦା ହେଲେ ଅନୁ ମଲ୍ଲିକ୍

ଭୁବନେଶ୍ୱର: ମିଠୁ ଅଭିଯୋଗରେ ବଲିଉଡର ପ୍ରଖ୍ୟାତ ମୁ୍ୟଜିକ୍ କମ୍ପୋଜର୍ ଅନୁ ମଲ୍ଲିକ ‘ଇଣ୍ଡିଆନ ଆଇଡ଼ଲ’ ସିଜନ୍ – ୧୧ରୁ ବାଦ ପଡ଼ିଛନ୍ତି । ଅନୁ ମଲ୍ଲିକଙ୍କ ବିରୋଧରେ ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ଏହି ଲୋକପ୍ରିୟ ଟିଭି ଶୋ’ରୁ ବହିଷ୍କାର କରାଯାଇଛି ବୋଲି ଗଣମାଧ୍ୟମରୁ ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ, ନିକଟରେ କଟକରେ ଅନୁÂିତ ହୋଇଥିବା ବାଲିଯାତ୍ରା ମହୋତ୍ସବରେ ଦଲେର ମେହେନ୍ଦୀ ଓ ବହୁ ନାମୀ ବଲିଉଡ଼ କଳାକାରମାନଙ୍କ ସହିତ ସୋନା ମହାପାତ୍ର ମଧ୍ୟ ଯୋଗଦାନ କରି କଣ୍ଠଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଅନୁ ମଲ୍ଲିକଙ୍କ ବିରୋଧରେ ସର୍ବସାଧାରଣରେ ଅଭିଯୋଗ କରିଥିଲେ ।

ବଲିଉଡ଼ କଣ୍ଠଶିଳ୍ପୀ ସୋନା ମହାପାତ୍ର ୨୦୧୮ରେ ପ୍ରଥମକରି ଅନୁଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବଲିଉଡ଼ ଜଗତରେ ଚହଳ ସୃଷ୍ଟି ହେବାସହିତ ଚର୍ଚ୍ଚା ଜୋର୍ ଧରିଥିଲା ।

ତେବେ ବାଲିଯାତ୍ରା ପଡ଼ିଆରେ ଅନୁଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣିବା ପରେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା । ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଅନୁଙ୍କୁ ଇଣ୍ଡିଆନ ଆଇଡ଼ଲରୁ ବାହାର କରିଦେବାକୁ ସବୁ ମହଲରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.