Latest Odisha News

ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

ତିହିଡ଼ି: ବାତ୍ୟା ‘ଦାନା’ ସମୟରେ ଠିକ  ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପାଇଁ ତାଙ୍କ ବିରୋଧରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଏହା ସହ ନିଲମ୍ବନ ଅବଧି ସମୟରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

ସୂଚନାଯୋଗ୍ୟ, ଦାନା ମୁକାବିଲା ସମୟରେ ସେ ନିଜ ଦାୟିତ୍ୱରେ ଖିଲାପ କରିବା ସହ ସାଧାରଣ ଲୋକଙ୍କୁ  ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ।

Leave A Reply

Your email address will not be published.