Latest Odisha News

ଆଜି ଧନତେରାସ, ଗହଣା ଦୋକାନରେ ଜମିବ ଭିଡ, ଜାଣନ୍ତୁ କେତେ ରହିଛି ସୁନା ଦର

ଭୁବନେଶ୍ଵର: ଆଜି ହେଉଛି ଧନତେରାସ। ଆଉ ଆଜିଠୁ ଆରମ୍ଭ ହୋଇଥାଏ ଆଲୋକର ପର୍ବ ଦୀପାବଳି । ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ ଦିନ ସୁନା ଗହଣା ଆଦି କିଣିବାର ପ୍ରଥା ରହିଛି। ସେଥିପାଇଁ ଗହଣା ଦୋକାନରେ ଆଜି ଦେଖିବାକୁ ମିଳିବ ପ୍ରବଳ ଭିଡ଼ । ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ସୁନା ବ୍ୟବସାୟୀମାନେ ନୂଆ ଡ଼ିଜାଇନ୍ ସହିତ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି। ତେବେ ଆସନ୍ତୁ ଜାଣିବା କେତେ ରହିଛି ଆଜି ସୁନା ଦର…

ଦିଲ୍ଲୀ, ନୋଏଡା, ଗାଜିଆବାଦ, ଲକ୍ଷ୍ନୋ ଓ ଜୟପୁର ସମେତ ଉତ୍ତର ଭାରତର ପ୍ରମୁଖ ସହରଗୁଡିକରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୮୦,୩୦୦ ଟଙ୍କା । ଏଥି ସହିତ ୨୨ କ୍ୟାରେଟ ସୁନା ରେଟ ୭୩, ୪୦୦ ଟଙ୍କା ସ୍ତରରେ ରହିଛି। ରୂପା ରେଟ ୯୭,୯୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୭୩,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୮୦,୨୯୦ ଟଙ୍କା ହୋଇଛି ।ଗତବର୍ଷ ଧନତେରସ ବେଳେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା।

ତେବେ କହିରଖୁଛୁ ଯେ ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।

Comments are closed.