Latest Odisha News

BREAKING NEWS

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫଶିଛନ୍ତି ।

ଶିଳ୍ପା ସେଟ୍ଟୀ ମନ୍ଦିର ଭିତରର ଫଟୋ ଉଠାଇବା ସହ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହି ପୋଷ୍ଟରେ ତାଙ୍କ ସହ ଜଣେ ସେବାୟ ମଧ୍ୟ ଥିବା ଜଣାପଡିଛି ।

ତେବେ ଏଟି ପ୍ରଶ୍ନ ଉଠୁଛିଯେ, କିଏ ତାଙ୍କୁ ମନ୍ଦିର ଭିତରେ ଫଟୋ ଉଠାଇବାକୁ ଅନୁମତି ଦେଲା, ଆଉ ଶିଳ୍ପାଙ୍କ ସାଙ୍ଗରେ ଥିବା ସେବାୟତ ଜଣକ ମଧ୍ୟ ମନ୍ଦିରର ସମସ୍ତ ନିୟମ ଜାଣିବା ସତ୍ବେ ତାଙ୍କୁ ବାରଣ କରିବା ବଦଳରେ ଓଲଟା ତାଙ୍କ ସହ ଫଟୋ ଉଠାଇଛନ୍ତି । ଯାହା ଏବେ ଆଲୋଡନ ସୃଷ୍ଟି କରିଛି ।

ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ପରେ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଫଟୋ ଏବଂ ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Comments are closed.