ସମ୍ବଲପୁର: ଧନତେରସ ଅବସରରେ ଲୋକମାନେ ସୁନା ଗହଣା କିଣୁଥିବା ବେଳେ ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ ହୋଇଛି।
ସୂଚନାନୁସାରେ, ସିଟି ଏବଂ ଜିଏସଟି ଟିମ୍ ଏକାସାଙ୍ଗରେ ଏହି ଚଢାଉ କରିଥିଲେ। ମାରୱାରୀ ବଜାରରେ ଅବସ୍ଥିତ ତିନୋଟି ଅଳଙ୍କାର ଦୋକାନ ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି।
ଏହି ଚଢାଉ ସମୟରେ ସିଟି ଏବଂ ଜିଏସଟି ଟିମ୍ ଦୋକାନରେ ଥିବା ଅଳଙ୍କାରର ଷ୍ଟକ୍ ନେଇ ଡକ୍ୟୁମେଣ୍ଟ୍ ସହିତ ଚେକ୍ କରିବାରେ ଲାଗିଥିଲେ। ଏନେଇ ସ୍ପଷ୍ଟ କରିଛନ୍ତି ସିଟି ଏବଂ ଜିଏସଟି ଡେପୁଟି କମିଶନର ଟେକଚନ୍ଦ ମେହେର।
ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ।
Comments are closed.