Latest Odisha News

BREAKING NEWS

ଏଥର ହେବ ଡିଜିଟାଲ ଜନଗଣନା, ଜାଣନ୍ତୁ କିପରି ହେବ ଏହା

ଭୁବନେଶ୍ୱର: ଆସନ୍ତା ବର୍ଷ ଅର୍ଥାତ 2025ରେ ହେବ ଜଣ ଗଣନା l କେନ୍ଦ୍ର ସରକାର ଏଥର ଡିଜିଟାଲ ଜନଗଣନା କରିବାକୁ ଯାଉଛନ୍ତି। ଏହି ଜନଗଣନା 2011 ମସିହାରେ ହୋଇଥିବା ଜନଗଣନାଠାରୁ ଭିନ୍ନ ହେବ l ବାସ୍ତବରେ, 2011 ରେ ହୋଇଥିବା ଜନଗଣନାରେ ଜନଗଣନା ଅଧିକାରୀମାନେ ଲୋକଙ୍କ ଘର ପରିଦର୍ଶନ କରି ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ଏଥର ସେ ସବୁ ହେବ ନାହିଁ l ଏଥର ଏହି କାର୍ଯ୍ୟ ଡିଜିଟାଲ୍ ଭାବରେ କରାଯିବ l ତେବେ କଣ ଏହି ଡିଜିଟାଲ୍ ଜନଗଣନା ? କିପରି କରାଯିବ ଏହା ? ଆସନ୍ତୁ ଜାଣିବା ସେ ବିଷୟରେ …

ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଭାରତର ପ୍ରତ୍ୟେକ ନାଗରିକଙ୍କ ପାଖକୁ ଏକ ଫର୍ମ ଯିବା l ସେହି ଫର୍ମରେ ସେମାନଙ୍କୁ ତାଙ୍କର ସଠିକ୍ ତଥ୍ୟ ପୂରଣ କରିବାକୁ ପଡିବ। ଏହା ପରେ ଏହି ଫର୍ମ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ORGI) ଙ୍କ କାର୍ଯ୍ୟାଳୟକୁ ପଠାଯିବ l କୁହାଯାଉଛି ଯେ ଏହା ଦ୍ୱାରା ରିପୋର୍ଟ ଶୀଘ୍ର ଆସିବା ସହ ଫିଲ୍ଟର କରିବା ମଧ୍ୟ ସହଜ ହେବ l

ଦେଶରେ ଏବେବି ଏପରି ଗାଁ ରହିଛି ଯେଉଁଠି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ l ଆଉ ଯେଉଁ ଗାଁରେ ଇଣ୍ଟରନେଟ ଅଳ୍ପେ ବହୁତେ ରହୁଛି ସେ ବହୁତ ଧୀର ଅଟେ l ଏହା ବ୍ୟତୀତ ଅନେକ ସ୍ଥାନରେ ଲୋକମାନେ ସ୍ମାର୍ଟଫୋନ୍ କିପରି ବ୍ୟବହାର କରନ୍ତି ତାହା ମଧ୍ୟ ଜାଣନ୍ତି ନାହିଁ l ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଲୋକମାନେ କିପରି ଏହି ଡିଜିଟାଲ୍ ଜନଗଣନାରେ ଅଂଶଗ୍ରହଣ କରିବେ l ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି l ତେବେ ଆଶା କରାଯାଉଛି ଯେ ସେହିସବୁ ସ୍ଥାନରେ 2011ରେ ଯେପରି ଜନଗଣନା କରାଯାଇଥିଲା ସେହିପରି କରାଯିବ l

ତେବେ କହିରଖୁଛୁ, ଦେଶରେ ଶେଷ ଥର ପାଇଁ ଜନଗଣନା 2011 ମସିହାରେ କରାଯାଇଥିଲା। ଏହାପରେ 2021ରେ ଜନଗଣନା ପାଇଁ ସ୍ଥିର କରାଯାଇଥିଲା l ମାତ୍ର କୋଭିଡ କାରଣରୁ ଏହାକୁ ବନ୍ଦ ରଖାଯାଇଥିଲା l ଏଥର କିନ୍ତୁ ଡିଜିଟାଲ ଜନଗଣନା କରାଯିବା ନେଇ ଘୋଷଣା କରାଯାଇଛି ଏବଂ ଖୁବ୍ ଶୀଘ୍ର ଦେଶର ଆନୁମାନିକ 136 କୋଟି ଜନସଂଖ୍ୟାର ତଥ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ l

Comments are closed.