ନୂଆଦିଲ୍ଲୀ: ଦୀପାବଳି ପାଇଁ ଆଜିକାଲି ବଜାରରେ ବହୁ ସଂଖ୍ୟାରେ ଭିଡ ଦେଖିବାକୁ ମିଳୁଛି। ଏହି ସମୟରେ ଦିଲ୍ଲୀର ଚାନ୍ଦନୀ ଚୌକରେ ସାଧାରଣ ବ୍ୟକ୍ତି ନୁହେଁ ବରଂ ଜଣେ ନାମୀଦାମୀ ବ୍ୟକ୍ତିଙ୍କ ଫୋନ ଚୋରି ହୋଇଯାଇଛି।
ଅକ୍ଟୋବର ୨୦ରେ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରି ମାଥୋ ତାଙ୍କ ପତ୍ନୀଙ୍କ ସହ ଚାନ୍ଦନୀ ଚୌକରେ ଥିବା ଜୈନ ମନ୍ଦିର ନିକଟରେ ସପିଂ କରୁଥିଲେ। ଏହି ସମୟରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ସ୍ମାର୍ଟଫୋନ ଚୋରି କରିନେଇଥିଲେ।
ଏହାପରେ ମାଥୋ ତୁରନ୍ତ ଇଣ୍ଟରନେଟ୍ ମାଧ୍ୟମରେ ଚୋରି ସମ୍ପର୍କରେ ଦୂତାବାସକୁ ସୂଚନା ଦେଇଥିଲେ। ଏହା ପରେ ଦୂତାବାସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
ତେବେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କଲାପରେ ୨୦ ରୁ ୨୫ ବର୍ଷ ବୟସର ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତ ସନ୍ଦିଗ୍ଧ ଟ୍ରାନ୍ସ ଯମୁନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।
Comments are closed.