ଡେରାବିଶ : ଗର୍ଭବତୀ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଡାକ୍ତରଖାନା ଯିବାକୁ ନଦେବା ତଥା ଦୁର୍ବ୍ୟବହାର କରିବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁବଦଳି କରାଯାଇଛି। ଏହାର ତ୍ଵରିତ ତଦନ୍ତ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସିଡିପିଓ ସ୍ନେହଲତା ସାହୁଙ୍କୁ ବଦଳି କରାଯାଇଛି। ତାଙ୍କୁ ଢେଙ୍କାନାଳ ପିଓ ଭାବେ ବଦଳି କରାଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛି ମହିଳା ଓ ଶିଶୁ ବିକାଶ ବିଭାଗ। ଏହା ପୂର୍ବରୁ ଆଜି ତାଙ୍କୁ ଡେରାବିଶ ବ୍ଳକ ଅଫିସରୁ ମଧ୍ୟ ଅପସାରଣ କରାଯାଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ତଦନ୍ତ କରୁଥିବା ତିନି ଜଣିଆ ଟିମ୍ ଆଜି ଡେରାବିଶ ଯାଇ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହିପରି କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଛି।
ଗତ ୨୫ ତାରିଖରେ ଅଫିସରେ କାର୍ଯରତ ଅବସ୍ଥାରେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ନଛାଡ଼ି ଦୁର୍ବ୍ୟବହାର କରିଥିଲେ। ଉଚିତ ସମୟରେ ମେଡିକାଲ ଯାଇ ନ ପାରିବାରୁ ବର୍ଷାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିଲା।
Comments are closed.