Latest Odisha News

ଏହି ଦେଶରେ ବ୍ୟାନ ହେଲା ସିଂଘମ୍ ଏଗେନ ଓ ଭୁଲଭୁଲେୟା ୩ ଫିଲ୍ମ

ନୂଆଦିଲ୍ଲୀ: ନଭେମ୍ବର ୧ରେ ଫିଲ୍ମ ସିଂଘମ୍ ଏବଂ ଭୁଲଭୁଲେୟା ୩ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଦିୱାଲୀରେ ବକ୍ସ ଅଫିସରେ ରିଲିଜ ହେବ। ତେବେ ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଧାର୍ମିକ ବିବାଦକୁ ରୋକିବା ପାଇଁ ସାଉଦି ଆରବରେ ‘ସିଂଘମ୍ ଏଗେନ’ ଫିଲ୍ମ କୁ ବ୍ୟାନ କରାଯାଇଥିବା ଜଣାପଡିଛି। ଲୋକଙ୍କ କହିବା ଅନୁଯାୟୀ ଏଥିରେ ହିନ୍ଦୁ-ମୁସଲମାନ ସମ୍ପର୍କକୁ ଦେଖାଯାଇଛି ଯାହାକି ସାଧାରଣ ଲୋକ ଦେଖିବା ଠିକ୍ ନୁହେଁ।

ଅପରପକ୍ଷରେ ଫିଲ୍ମ ଭୁଲଭୁଲେୟା ୩ ରେ ସମଲିଙ୍ଗୀ ସମ୍ପର୍କ ଦର୍ଶାଯାଇଥିବାରୁ ତାକୁ ମଧ୍ଯ ବ୍ୟାନ କରାଯାଇଛି। ତେବେ ଏହି ଫିଲ୍ମ ରେ କାର୍ତ୍ତିକ ଆର୍ଯ୍ୟନ୍ ସମଲିଙ୍ଗୀ ସମ୍ପର୍କକୁ ସହମତି ଦେଉଥିବା ଦର୍ଶାଯାଇଛି।

କାର୍ତ୍ତିକ ଆର୍ଯ୍ୟନ୍, ମାଧୁରୀ ଦୀକ୍ଷିତ ଏବଂ ବିଦ୍ୟା ବାଲାନ୍ ଫିଲ୍ମ ଭୁଲଭୁଲେୟା ୩ରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ସେହିପରି ସିଂଘମ୍ ଏଗେନ୍ ଫିଲ୍ମରେ ଅଜୟ ଦେବଗନ, କରୀନା କପୁର, ଦୀପିକା ପାଦୁକୋନ, ରଣବୀର ସିଂ, ଅକ୍ଷୟ କୁମାର, ଟାଇଗର ଶ୍ରଫଙ୍କ ପରି କଳାକାରମାନେ ନଜର ଆସିବେ।

Comments are closed.