ଲଦାଖ: ଭାରତ-ଚୀନ୍ ସୀମା ପୂର୍ବ ଲଦାଖର ଦେପସାଙ୍ଗ ଏବଂ ଡେମଚୋକରୁ ଉଭୟ ଦେଶର ସେନା ପଛକୁ ହଟିଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ରେ ୨୦୨୦ ରୁ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତେବେ ଆଜି ଦିପାବଳୀ ଅବସରରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ଦେଇଛନ୍ତି ।
ବୁଧବାର ସେନା ପ୍ରତ୍ୟାହାର ଶେଷ ହୋଇଥିଲା । ଆଜି ଦୁଇ ଦେଶର ସେନା ଦେପସାଙ୍ଗ ଏବଂ ଡେମଚୋକ ବ୍ୟତୀତ ଏଲଏସିର ବିଭିନ୍ନ ପଏଣ୍ଟରେ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି । ଏହି ସମୟରେ ସେମାନେ ମିଠା ଦେବାର ଫଟୋ ମଧ୍ୟ ଉଠାଇଛନ୍ତି ।
Soldiers of the Indian and Chinese Army exchange sweets at Daulat Beg Oldi on the occasion of #Diwali.
(Source: Indian Army) pic.twitter.com/xvtziSvEk0
— ANI (@ANI) October 31, 2024
ସୂଚନାନୁସାରେ, ଦେପସାଙ୍ଗ ଏବଂ ଡେମଚୋକର ପୂର୍ବ ନିର୍ଦ୍ଧାରିତ ପଏଣ୍ଟରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ପ୍ରଥମେ କେବଳ ଦିନରେ ପାଟ୍ରୋଲିଂ କରାଯିବ, ରାତିରେ କୌଣସି ପାଟ୍ରୋଲିଂ ନେଇ ଯୋଜନା କରାଯାଇ ନାହିଁ । ପାଟ୍ରୋଲିଂ ଯୋଜନାବଦ୍ଧ ହେବ, କର୍ମଚାରୀଙ୍କ ସଂଖ୍ୟା ଏବଂ ଦୂରତା ପ୍ରତ୍ୟେକ ଥର ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡିକ ଉପରେ ଆଧାର କରି ଭିନ୍ନ ଭିନ୍ନ ହେବ ।
ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସେନା ପ୍ରତ୍ୟାହାର ପରେ ଉଭୟ ସେନା ସୀମାରେ ନିର୍ମାଣ କରିଥିବା ଟେଣ୍ଟ ଓ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି । ଆଜି ଠାରୁ ଉଭୟଙ୍କ ସହମତି ଭିତ୍ତିରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ତେବେ ୨୦୨୦ ଭଳି ସ୍ଥିତି ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି ।