Latest Odisha News

BREAKING NEWS

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ଗଲାଣି ୯୫ ଜୀବନ, ଅନେକଙ୍କ ପତ୍ତା ନାହିଁ 

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା। ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ଗତ ୨୯ ତାରିଖଠୁ ପ୍ରବଳ ବର୍ଷା ଅନୁଭୂତ ହେଉଥିବାରୁ ସେଠାରେ ହଠାତ୍ ବନ୍ୟା ମାଡିଆସିଥିଲା। ବନ୍ୟା ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ସଙ୍ଗେ ସଙ୍ଗେ ପାଣି ମାଡି ରାସ୍ତାଘାଟ, ଘରେ ଜଳାର୍ଣ୍ଣବ ସ୍ଥିତି ଉପୁଜି ଥିଲା । ହଠାତ୍ ପାଣି ମାଡି ଆସିବାରୁ ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛନ୍ତି।

ସେପଟେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମୟ ହୋଇଥିବାରୁ ଯାତାୟାତ ଠପ୍ ହୋଇଛି।  ଲୋକଙ୍କ ଘରେ ପାଣି ପଶି ଜିନିଷପତ୍ର ରାସ୍ତାରେ ଭାସୁଛି। ଏଥିସହିତ ରାସ୍ତାରେ ଥିବା ଗାଡିଗୁଡିକ ମଧ୍ୟ ଭାସମାନ ଅବସ୍ଥାରେ ଅଛନ୍ତି। ସେପଟେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୧ ହଜାରରୁ ଅଧିକ ସୈନ୍ୟ, ଉଦ୍ଧାରକାରୀ ଦଳ ନିୟୋଜିତ ଥିବା ବେଳେ ହେଲିକପ୍ଟର ଓ ବୋଟ ଯୋଗେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଛି। ସେପଟେ ଏବେ ବି ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି।

ଏଥିସହିତ ଏଭଳି ବିପର୍ଯ୍ୟରେ ୯୫ ଜଣଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ପେଡ୍ରୋ ସଂଚେଜ୍।

Comments are closed.