Latest Odisha News

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ବନ୍ଧିଲା ପୋଲିସ। ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଭୁବନେଶ୍ବର ଡିସିପି ପିନାକ ମିଶ୍ର ଦେଇଛନ୍ତି ସୂଚନା।

ଖବର ଅନୁଯାୟୀ, ୧୦ ଦିନ ତଳେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ନୟାପଲ୍ଲୀ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ତାଙ୍କ ବାନ୍ଧବୀ ଫୁସୁଲାଇ ଏକ ପରିତ୍ୟକ୍ତ ସ୍ଥାନକୁ ନେଇଥିଲେ। ସେଠାରେ ୪ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ପୋଲିସ ରେଡ୍‌ କରି ସମସ୍ତ ୪ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଧରିଛି। ବାନ୍ଧବୀ ଓ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ୨ ଅଟକ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳ ବୋଲି ସୂଚନା ମିଳିଛି।

Comments are closed.