ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହିଂସା । କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କଲେ ଦୁର୍ବୁତ୍ତ । ଦିପାବଳୀ ଅବସରରେ ଉକ୍ତ ସାହିର ରାଜେନ୍ଦ୍ର ସେଠୀଙ୍କ ଘର ଉପରକୁ ଦୁଇଟି ବୋମାମାଡ଼ ହୋଇଛି । ଏହି ବୋମା ମାଡରେ ଘର ଛାତର ସିମେଣ୍ଟ ପଲସ୍ତରା ଖସି ପଡିଛି । ହେଲେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ଶୁକ୍ରବାର ସକାଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ବୋମା ଖଣ୍ଡ ସଂଗ୍ରହ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଫେରିଛନ୍ତି । ରାଜେନ୍ଦ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସକୁ ସବିଶେଷ ସୂଚନା ଦେବାସହ ଏତଲା ଦେଇଛନ୍ତି ।
ଗତ ୫ ଦିନ ତଳେ ଦିଗପହଣ୍ଡିର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା ବେଳେ ପୁଣି ବୋମା ଫୁଟିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।