ନୂଆଦିଲ୍ଲୀ: ପୁଣି ଅଦିନରେ ରଥଯାତ୍ରା ଆୟୋଜନ କରି ଚର୍ଚ୍ଚାକୁ ଆସିଛି ଇସ୍କନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଚାରିଆଡୁ ସୃଷ୍ଟି ହୋଇଛି ବିରୋଧର ସ୍ବର । ଅଦିନରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ରଥଯାତ୍ରା ଆୟୋଜନ ବାତିଲ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।
ସେପଟେ ଏହାକୁ ନେଇ ଇସ୍କନକୁ ଚେତାବନୀ ଦେଇଛି କଳିଙ୍ଗ ସେନା । ପରମ୍ପରା ସଂସ୍କୃତିକୁ ବଦଳାଇ ବାକୁ ଚେଷ୍ଟା କଲେ ଇସ୍କନ ମନ୍ଦିର ବନ୍ଦ କରିଦିଆଯିବ । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଇଛି ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି କିଛି ଏଭଳି ଚେତାବନୀ ଦେଇଛି କଳିଙ୍ଗ ସେନା ।
ତେବେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଇସ୍କନ ପୁଣି ଆମେରିକାର ହ୍ୟୁଷ୍ଟେନରେ ଆସନ୍ତା ୩ ତାରିଖରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବ ବୋଲି ଘୋଷଣା କରିଥିଲା । ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ରାରିଆଡୁ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା । ଏହାକୁ ନେଇ ପ୍ରତିବାଦ କରି ଇସ୍କନକୁ ଚିଠି ଲେଖିଥିଲେ ଗଜପତି ମହାରାଜା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ କହି ତାଗିଦ୍ କରି କହିଥିଲେ । ତେବେ ଏହାପରେ ଇସ୍କନ ଆସନ୍ତା ନଭାମ୍ବର ୩ ହେବାକୁ ଥିବା ସ୍ନାନ ଯାତ୍ରାକୁ ବାତିଲ କରିଛି । ହେଲେ ରଥଯାତ୍ରା ବାତିଲ୍ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
Comments are closed.