ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ସୁବର୍ଣ୍ଣମେରୁ ମନ୍ଦିର ପରିସରରୁ ଏକ ୮ ଫୁଟ୍ ଲମ୍ବ ଅଜଗର ସାପ ଉଦ୍ଧାର ହୋଇଛି । ଏହା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ପୂଜକ ମାନେ ଆଜି ସକାଳ ସମୟରେ ପୂଜା କରୁଥିବା ବେଳେ ମନ୍ଦିରରେ ଥିବା ଏକ ପାଣି ଟାଙ୍କି ଭିତରୁ ହଠାତ୍ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ । ତେବେ କ’ଣ ଏହି ଶବ୍ଦ ବୋଲି ଦେଖିଲା ବେଳକୁ ଏକ ବିରାଟ ଅଜଗର ସାପ କୁ କୁଅ ଭିତରେ ଦେଖିବାକୁ ପାଇଥିଲେ ।
ଏହାପରେ ପରେ ସ୍ଥାନୀୟ ସାପ ଧରାଳିଙ୍କୁ ଡାକି ସାପ ଟି କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡ଼ା ଯାଇଛି ।