Latest Odisha News

BREAKING NEWS

କମିଲା ଭାରତ-ଚୀନ ତିକ୍ତତା: ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ଭାରତୀୟ ସେନାର ପାଟ୍ରୋଲିଂ ଆରମ୍ଭ

ଲଦାଖ: ଚୀନ୍ ସହ ତିକ୍ତତା କମିଯିବା ପରେ ଭାରତୀୟ ସେନା ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ଦେପସାଙ୍ଗ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛି ଭାରତୀୟ ସେନା । ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ ଲଦାଖର ଏହି ଦୁଇଟି ପଏଣ୍ଟକୁ ନେଇ ଭାରତ- ଚୀନ ବିବାଦ ସୃଷ୍ଟି ହୋଇଥିଲା।

ବୁଧବାର ଦିନ ଜଣେ ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ ପୂର୍ବ ଲଦାଖର ଡେମଚୋକ ଏବଂ ଦେପସାଙ୍ଗ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଏହି ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବାଟ ଫିଟିଛି।

ଅକ୍ଟୋବର ୨୧ ତାରିଖରେ ଦୁଇ ଦେଶ ମଧ୍ୟରେ ପାଟ୍ରୋଲିଂ ବୁଝାମଣା ହୋଇଥିଲା । ଭାରତ ଓ ଚୀନ ପକ୍ଷରୁ ସନ୍ବିତ ପାଟ୍ରୋଲିଂ ପାଇଁ ହୋଇଥିଲା ନିଷ୍ପତ୍ତି । ବୁଝାମଣା ପରେ ବିବାଦୀୟ ଅଂଚଳରୁ ହଟିଥିଲେ ଚୀନ ସେନା। ପାଟ୍ରୋଲିଂ ସମ୍ପର୍କରେ ଦୁଇ ଦେଶର କମାଣ୍ଡରମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିବ। କମାଣ୍ଡରସ୍ତରୀୟ ଆଲୋଚନା ବେଳେ ବ୍ରିଗେଡିୟରସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ ।

 

Comments are closed.