କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩ ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଦୁଇ ଗାଡି ନିଆଁକୁ କାବୁ କରିଥିଲେ।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣା ଉଲବେରିଆରେ ଘଟିଛି। ବାଣ ଫୁଟାଇବା କାରଣରୁ ଏହି ଅଗ୍ନିକଣ ହୋଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ତିନି ଜଣ ଶିଶୁ ଓ ଗୋଟିଏ ଘରକୁ ଆୟତ୍ତ କରିଥିଲା। ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେହି ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।