Latest Odisha News

BREAKING NEWS

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୦୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ତାଣ୍ଡବ ରଛିଥିବା ବଏହି ବନ୍ୟା ଏବେ ଯାଏଷ ୨୦୫ ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏତିସହିତ ବନ୍ୟା ସହ ମାଟି ମାଡି ଆସିବାରୁ ଅନେକ ଲୋକ ଏଥିରେ ନିଖୋଜ ରହିଛନ୍ତି । ପାଖାପାଖି ହଜାରରୁ ଅଧିକ ସୈନ୍ୟ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ତେବେ ଗତ ସୋମବାର ସ୍ପେନର କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଥିଲା । ଯାହା ଗତ ଦଶକ ମଧ୍ୟରେ ସବୁଠୁ ଅଧିକ ଥିଲା ବୋଲି କହିଛନ୍ତି ସ୍ପେନ୍ ପାଣିପାଗ ବିଭାଗ କର୍ତ୍ତୃପକ୍ଷ । ବର୍ଷା ପ୍ରଭାବରେ ହଠାତ୍ ବନ୍ୟା ମାଡିଆସିଥିଲା । ରାସ୍ତାଘାଟ, ଜାତୀୟ ରାଜପଥ, ନଦୀ, ନାଳ, ଘର ଇତ୍ୟାଦି ଏକାକାର ହୋଇଥିବା ବେଳେ ଗାଡି, ଆସବାବ ପତ୍ର ସବୁ କିଛି ଭାସମାନ ଅବସ୍ଥାରେ ରହିଛି । କିଛି କିଛି ଉପରେ ମାଡି ଯାଇଛି ମାଟି । ଯେଉଁଥିରେ ମୋଟ ୨୦୫ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବନ୍ୟା ପ୍ରଭାବରେ ମାଟି ଚରିଯାଇଥିବାରୁ ଅନେକ ଲୋକଙ୍କ ପତ୍ତା ମିଳୁନଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ।

ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ୧୦୦୦ରୁ ଅଧିକ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମାଟି ଆଡେଇ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଏହି ବନ୍ୟାରେ ସବୁଠୁ ବେଶି ପ୍ରଭାବିତ ହୋଇଛି ପୂର୍ବ ଏବଂ ଦକ୍ଷିଣ ସ୍ପେନ୍ । ପର୍ଯ୍ୟଟନ ସହର ଭାଲେନସିଆ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତ୍ୟୁହାର ସବୁଠୁ ଅଧିକ ।

Comments are closed.