ସମ୍ବଲପୁର: ପାରିବାରିକ କଳି ଝଗଡ଼ାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗିରିଶଚନ୍ଦ୍ରପୁର ପଞ୍ଚାୟତର କଟୁରାଖୋଲ ଗାଁରେ। ମୃତ ମହିଳାଙ୍କ ନାଁ ପଙ୍କଜିନୀ କୋଲୋ (୩୮) ବୋଲି ଜାଣିବାକୁ ମିଳିଛି। ସୂଚନା ମୁତବକ ଅଭିଯୁକ୍ତ ରୁଦ୍ର କୋଲୋ ଓ ପଙ୍କଜିନୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହେଉଥିଲା। ଗତକାଲି ରାତିରେ କୌଣସି କାରଣରୁ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରୁଦ୍ର ପଙ୍କଜିନୀଙ୍କୁ ମାଡ଼ ମାରିବା ପରେ ଜୋର କରି ବିଷ ପିଆଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଆଜି ସକାଳେ ପଙ୍କଜିନୀ ଘରୁ ନ ବାହାରିବାରୁ ସନ୍ଦେହ କରିଥିଲେ ପଡ଼ୋଶୀ। ପରେ ସେମାନେ ଘର ଭିତରେ ପଙ୍କଜିନୀଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କିସିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.