ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଆଜି ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତବକ, ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ସେ କେନାଲରେ ବୁଡ଼ି ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। କିଛି ସମୟ ପରେ ଅଗ୍ନିଶମ ବାହିନୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜାଣିବାକୁ ମିଳିଛି।
BREAKING NEWS
- ଟେଷ୍ଟ କ୍ରିକେଟରୁ ଅବସର ନେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି
- ଗାଁ ଉପରେ ଆତଙ୍କବାଦୀ ଆକ୍ରମଣ: ୩୩ ଜଣଙ୍କୁ କଲେ ହତ୍ୟା, ଅନେକ ଘର ପୋଡ଼ି ଦେଲେ
- ସାଇବର ଅପରାଧ ନେଟ ୱର୍କର ପର୍ଦ୍ଦାଫାଶ, ଜଣେ ଅନ୍ତରାଷ୍ଟ୍ରୀୟ ସାଇବର ଠକ ଗିରଫ
- PG Medical Seats in Odisha:ରାଜ୍ୟରେ ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍;ଏହି ସବୁ ନୂଆ କଲେଜରେ ଆରମ୍ଭ ହେବ ପାଠ୍ୟକ୍ରମ
- ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ଘରକୁ ଘର ସର୍ଭେ ଅବଧି;୧୫ ଦିନ ପାଇଁ ବଢ଼ିଲା
- ଦଶମ ଏବଂ ଦ୍ବାଦଶ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ତାରିଖ ଘୋଷଣା
- ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା;ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କେନ୍ଦୁଝରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ
- କେନିଆରେ ଭୟଙ୍କର ନରସଂହାର ମାମଲା : ୧୯୦ ଶିଶୁଙ୍କୁ ଭୋକରେ ମାରିଥିବା ଧର୍ମ ଗୁରୁ ମୁଖ୍ୟକୁ ୨୦୦ ବର୍ଷ ଜେଲଦଣ୍ଡ
- ଭାରତର ବଢିଲା ଚିନ୍ତା;ବାଂଲାଦେଶକୁ ଚୀନ୍ ଯୋଗାଇବ ଯୁଦ୍ଧ ବିମାନ,ପାକିସ୍ତାନ ଦେବ ଉଡ଼ାଣ ପ୍ରଶିକ୍ଷଣ
Comments are closed.