ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଆଜି ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତବକ, ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ସେ କେନାଲରେ ବୁଡ଼ି ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। କିଛି ସମୟ ପରେ ଅଗ୍ନିଶମ ବାହିନୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜାଣିବାକୁ ମିଳିଛି।
BREAKING NEWS
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
- ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
Comments are closed.