ନୂଆଦିଲ୍ଲୀ: ପ୍ୟାରିସରେ ଏକ ଅସାଧାରଣ ନିଲାମ ହେବାକୁ ଯାଉଛି । ୧୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ବୁଲୁଥିବା ସବୁଠୁ ବଡ ଡାଇନୋସର ମଧ୍ୟରୁ ଗୋଟେ ଡାଇନୋସର (ବଲ୍କେନ) ର କଙ୍କାଳ ନିଲାମ ହେବାକୁ ଯାଉଛି । ଫ୍ରାନ୍ସର ନିଲାମ କମ୍ପାନୀ କୋଲିନ୍ ଡୁ ବୋକେଜ୍ ଏବଂ ବାରବାରୋସା ଏହି ନିଲାମ ଘୋଷଣା କରିଛନ୍ତି । ଏହି ନିଲାମରେ ଡାଇନୋସରର ସମ୍ପୂର୍ଣ୍ଣ ଏବଂ ସର୍ବ ବୃହତ କଙ୍କାଳ ନିଲାମ କରାଯିବ ।
ଜୁଲାଇରେ ଏହି କଙ୍କାଳର ନିଲାମ ପାଇଁ ପ୍ରି-ପଞ୍ଜୀକରଣ ବିଡ୍ ଖୋଲିବା ପରେ ଏହାର ଆନୁମାନିକ ମୂଲ୍ୟ ୧.୧-୧.୨ କୋଟି ଆମେରିକୀୟ ଡଲାର (ପ୍ରାୟ ୯୨-୧୮୫ କୋଟି ଟଙ୍କା) ସ୍ଥିର କରାଯାଇଛି। ୨୦୧୮ରେ ଆମେରିକାର ୱାୟୋମିଙ୍ଗରୁ ଏହି ଡାଇନୋସରର କଙ୍କାଳ ମିଳିଥିଲା । ଏହାର ଲମ୍ବ ୨୦.୫୦ ମିଟର, ଯେଉଁଥିରେ ପ୍ରାୟ ୮୦ ପ୍ରତିଶତ ହାଡ ବଲ୍କିନ ଡାଇନୋସରର ଅଟେ । କୋଲିନ୍ ଡୁ ବୋକେଜର ପ୍ରତିଷ୍ଠାତା ତଥା ନିଲାମଧାରୀ ଅଲିବିୟର୍ କୋଲିନ୍ ଡୁ ବୋକେଜ୍ କହିଛନ୍ତି, “ବଲ୍କିନ୍ ହେଉଛି ସବୁଠୁ ବଡ ଏବଂ ସଂପୂର୍ଣ୍ଣ ଡାଇନୋସର। ଏହା ଏପର୍ଯ୍ୟନ୍ତର ସର୍ବ ପୁରାତନ ଆବିଷ୍କାର ଅଟେ।”
ଡାଇନୋସରର ଇତିହାସ
ପ୍ରାୟ ୨୩୦ କୋଟି ବର୍ଷ ପୂର୍ବେ ଡାଇନୋସରମାନେ ପୃଥିବୀକୁ ଆସିଥିଲେ। ମେସୋଜୋୟିକ୍ ଯୁଗରେ ସେମାନଙ୍କର ବୃଦ୍ଧି ହୋଇଥିଲା । ଏହି ଯୁଗକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି: ଟ୍ରାଇସିକ୍, ଜୁରାସିକ୍ ଏବଂ କ୍ରେଟୋସିୟସ୍ । ଟ୍ରାଇସିକ୍ କାଳ ପ୍ରାୟ ୨୫୦ ରୁ ୨୦୧ କୋଟି ବର୍ଷ ପୂର୍ବେ ଥିଲା । ଏଥିରେ ପ୍ରଥମ ଡାଇନୋସରର ଜନ୍ମ ହୋଇଥିଲା । ଏହି ସମୟରେ ପୃଥିବୀର ସମସ୍ତ ମହାଦେଶ ଏକତ୍ର ସଂଯୁକ୍ତ ହୋଇଥିଲେ । ପୂର୍ବରୁ ଡାଇନୋସରଗୁଡିକ ଦେଖିବାକୁ ଛୋଟ ଏବଂ ହାଲୁକା ଥିଲେ । ସେହିପରି ଜୁରାସିକ୍ କାଳ ୨୦୧ ରୁ ୧୪୫ କୋଟି ବର୍ଷ ପୂର୍ବେ ଅଟେ । ଏହି ସମୟ ମଧ୍ୟରେ ଡାଇନୋସରର ବିବିଧତା ବୃଦ୍ଧି ପାଇଲା । ଏହି ଅବଧିରେ, ବ୍ରାଚିଓସୋରସ୍ ଏବଂ ଟାୟରାନୋସରସ୍ ରେକ୍ସ ପରି ବିଶାଳ ଡାଇନୋସରଗୁଡିକର ବୃଦ୍ଧି ପାଇଲା । ଏହି ସମୟରେ ମାଳଦ୍ୱୀପ ଅଲଗା ହେବା ଆରମ୍ଭ କଲା, ଯେଉଁଥିପାଇଁ ଏକ ନୂତନ ପରିବେଶ ଜନ୍ମ ହେଲା ।
କ୍ରେଟେସିୟସ୍ ଅବଧି ୧୪୫ ରୁ ୬୬ କୋଟି ବର୍ଷ ପୂର୍ବେ ଥିଲା । ଏହା ଡାଇନୋସରର ଶେଷ ଯୁଗ ଥିଲା । ଏହି ଅବଧିରେ, ଡାଇନୋସରମାନେ ପୃଥିବୀର ଗୁରୁତ୍ୱପୂର୍ଣ୍ଣ ଜୀବ ପାଲଟିଯାଇଥିଲେ । କିନ୍ତୁ ଏକ ବୃହତ୍ ଉଲକାପିଣ୍ଡ ଧକ୍କାରେ ସେମାନେ ଲୋପ ପାଇଗଲେ । ୬୦ କୋଟି ବର୍ଷ ପୂର୍ବେ ଡାଇନୋସରଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ସେମାନଙ୍କର ବଂଶଜ, ପକ୍ଷୀମାନେ ଆଜି ମଧ୍ୟ ଜୀବିତ ଅଛନ୍ତି। ବୈଜ୍ଞାନିକମାନେ ଆଜି ବି ସେମାନଙ୍କର ବିକାଶ ଏବଂ ବିଶେଷତାକୁ ନେଇ ଅଧ୍ୟୟନ କରୁଛନ୍ତି।
Comments are closed.