Latest Odisha News

ଲରେନ୍ସ ବିଷ୍ଣୋଇଙ୍କ ଭାଇକୁ ନେଇ ଆମେରିକାର ଆଲର୍ଟ, ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରୟାସକୁ ବୃଦ୍ଧି କରାଯାଇଛି। ଏହାକୁ ନେଇ ଆମେରିକାର କର୍ତ୍ତୃପକ୍ଷ ସେମାନଙ୍କ ଦେଶରେ ଲରେନ୍ସଙ୍କ ସାନଭାଇ ଅନମୋଲ ବିଷ୍ଣୋଇ (୨୫) ଙ୍କ ଉପସ୍ଥିତି ସମ୍ପର୍କରେ ମୁମ୍ବାଇ ପୋଲିସକୁ ସତର୍କ କରାଇଛନ୍ତି। ଆମେରିକା ସୂଚନା ଦେଇଛି ଯେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସାନଭାଇ ଅନମୋଲ ବିଷ୍ଣୋଇ ସେମାନଙ୍କ ଦେଶରେ ଅଛନ୍ତି।

ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ୍‌ ଶନିବାର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରି ଆଣିବା ପ୍ରକ୍ରିୟା ଆରମ୍ଭ କରିଛି। ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ ପୋଲିସର ୱାଣ୍ଟେଡ୍ ତାଲିକାରେ ଅନ୍‌ମୋଲ ରହିଛନ୍ତି। ମୁମ୍ବାଇ ପୋଲିସର ସୂତ୍ର ଅନୁଯାୟୀ, ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍‌ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(ଏମ୍‌ସିଓସିଏ) ସମ୍ବନ୍ଧିତ ମାମଲାର ସ୍ବତନ୍ତ୍ର ଅଦାଲତ ଅନମୋଲଙ୍କୁ ଗିରଫ କରିବା ପାଇଁ ଜାମୀନ ବିହୀନ ୱାରେଣ୍ଟ ଜାରି କରିଛି।

ଏହା ପରେ ମୁମ୍ବାଇ ପୋଲିସ ଅନମୋଲ ବିଷ୍ଣୋଇଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ କ୍ରାଇମ ବ୍ରାଞ୍ଚ ଗତ ମାସରେ ଏଠାରେ ଏକ ସ୍ୱତନ୍ତ୍ର କୋର୍ଟ ନିକଟରେ ପହଞ୍ଚିଥିଲା। ଅଧିକାରୀ କହିଛନ୍ତି ଯେ ଅନମୋଲଙ୍କୁ ବର୍ତ୍ତମାନ ଆମେରିକାର କର୍ତ୍ତୃପକ୍ଷ ଗିରଫ କରି ଭାରତକୁ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରକ୍ରିୟା ଆରମ୍ଭ କରିଛି।

Comments are closed.