Latest Odisha News

BREAKING NEWS

ବଡ଼ବିଲରେ ପ୍ରତିଷ୍ଠା ହେବ ଏଲଇଡି ବଲବ ପ୍ରସ୍ତୁତି ୟୁନିଟ

ଯୋଡ଼ା/ବଡ଼ବିଲ: ମହିଳା ସଶକ୍ତିକରଣ ଓ ସେମାନଙ୍କ ନିରନ୍ତର ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର(ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ। ବଡ଼ବିଲର ଦେଓଝର ପଞ୍ଚାୟତରେ ଏକ ଏଲଇଡି ବଲ୍ବ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର ଫାଉଣ୍ଡେସନ (ବିସିକେଆଇସି) ସହ ଜିନ୍ଦଲ ଫାଉଣ୍ଡେସନ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ଏହା ସ୍ଥାନୀୟ ମହିଳାଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ପରିବେଶ ଅନୁକୁଳ ଓ ଶକ୍ତି ଦକ୍ଷ ଉପକରଣ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବ। ଜିନ୍ଦଲ ଫାଉଣ୍ଡେସନର ମହିଳା ଓ ଜୀବିକା କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଏହି ପାଇଲଟ କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଗ୍ରାମଗୁଡ଼ିକର ୨୦ ଜଣ ମହିଳାଙ୍କୁ ଏଲଇଡି ବଲ୍ବ ପ୍ରସ୍ତୁତି ପାଇଁ ତାଲିମ ଦିଆଯିବ। ଭବିଷ୍ୟତରେ ଏହି କାର୍ଯ୍ୟକ୍ରମର କଳେବର ବଢ଼ିବା ସହ ଏହା ମହିଳାଙ୍କ ଆର୍ଥିକ ସମୃଦ୍ଧିରେ ସହାୟକ ହେବ।

ବଡ଼ବିଲ ପେଲେଟ ପ୍ଲାଣ୍ଟ କାର୍ଯ୍ୟାଳୟ ପରିସରରେ ପ୍ଲାଣ୍ଟର ୟୁନିଟ ହେଡ ଏମଡି ପୁରୁଷୋତ୍ତମ, ଏଚଆର ଓ ଇଏସ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପାର୍ଶ୍ୱବର୍ତ୍ତୀ ଗ୍ରାମର ମହିଳାଙ୍କ ଉପସ୍ଥିତିରେ ବିକେସିକେଆଇସିର ଅଧ୍ୟକ୍ଷ ଡକ୍ଚର ମୃତ୍ୟୁଞ୍ଜୟ ସୁଆର ଓ ଜିନ୍ଦଲ ଫାଉଣ୍ଡେସନର ଜିଏମ-ସିଏସଆର ଶ୍ରୀ ଭର୍ଜିଲ ଲାକ୍ରା ଏହି ଏମଓୟୁ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ପ୍ରଶାନ୍ତ କୁମାର ହୋତା କହିଛନ୍ତି, ଏହି ପଦକ୍ଷେପରେ ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ, ବଜାର ସଂଯୋଗର ସୁବିଧା ଅନ୍ତର୍ଭୁକ୍ତ ରହିଛି । ଏହା ମହିଳାମାନଙ୍କ ନିୟମିତ ରୋଜଗାର ବୃଦ୍ଧି କରିବ । ଏହା ସହିତ ମହିଳାମାନଙ୍କର ମୂଲ୍ୟ ନିର୍ଦ୍ଧାରଣ ଦକ୍ଷତା ଓ ନିଷ୍ପତି ନେବାର କ୍ଷମତା ବୃଦ୍ଧି ଆଦିବାସୀବହୁଳ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବିକାଶରେ ସେମାନଙ୍କ ଭାଗିଦାରି ବଢ଼ାଇବ । ବଲ୍ବର ଚାହିଦା ବଢୁଥିବାରୁ ଏହି ପଦକ୍ଷେପ ଏକ ପରିବେଶ ଅନୁକୁଳ ଓ ନିରନ୍ତର ସାମାଜିକ ବିକାଶ ମଡେଲ ପ୍ରସ୍ତୁତି ସହ ଚିରସ୍ଥାୟୀ ସାମୁଦାୟିକ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

 

Comments are closed.