Latest Odisha News

ଗଜପତିଙ୍କ ଅନୁରୋଧ ସତ୍ବେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସ୍ତୁତି

ଭୁବନେଶ୍ୱର: ଗଜପତି ମହାରାଜଙ୍କ ଅନୁରୋଧ ପରେ ମଧ୍ୟ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ଇସ୍କନ।

ସେପ୍ଟେମ୍ବରରେ ଇସ୍କନ ପକ୍ଷରୁ ନଭେମ୍ବର ୩ ଏବଂ ନଭେମ୍ବର ୯ରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ପାଳନ କରିବାକୁ ଯୋଜନା କରିଥିଲା।

ଏହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଓଡିଶା ସରକାରଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ ମଧ୍ଯ କରାଯାଇଥିଲା।

ଶ୍ରୀ ଜଗନ୍ନାଥ ମନ୍ଦିରର ସେବକମାନେ ମଧ୍ୟ ଇସ୍କନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ। ଇସ୍କନର ଏଭଳି ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ସେଠାରେ ରହୁଥିବା ଓଡିଆ ଓ ଭାରତୀୟମାନେ।

ଅଧିକ ପଢନ୍ତୁ- ଇସ୍କନକୁ ଗଜପତିଙ୍କ ଚିଠି: ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ?

ପୂର୍ବରୁ ନଭେମ୍ବର ୩ରେ ହେବାକୁ ଥିବା ସ୍ନାନ ଯାତ୍ରାକୁ କର୍ତ୍ତୃପକ୍ଷ ବାତିଲ କରିଦେଇଥିଲେ । କିନ୍ତୁ ରଥଯାତ୍ରାକୁ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆୟୋଜନ କରାଯାଉଛି।

Comments are closed.