Latest Odisha News

BREAKING NEWS

‘ଇଂରେଜ୍ ଚାଲିଗଲେ, ହେଲେ ଏମାନଙ୍କୁ ଛାଡିଗଲେ’, ଯୋଗୀ ସରକାରଙ୍କୁ ଅଖିଲେଶଙ୍କ କଡା ଜବାବ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାମନସଭା ଉପନିର୍ବାଚନ ପାଇଁ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ସହ ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ଜାରି ରହିଛି । ଆରୋପ ପ୍ରତ୍ୟାରୋପ, ପୋଷ୍ଟର ଓ୍ବାର ନେଇ ପ୍ରତିଦିନ ନିର୍ବାଚନୀ ମଇଦାନରେ ଲାଗିଛି ଯୁଦ୍ଧ । ଏହାରି ଭିତରେ ସମାଜବାଦୀ ମୁଖିଆ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡା ନିଶାନା ସାଧିଛନ୍ତି । ଯୋଗୀଙ୍କ ‘ଯିଏ ବିଭାଜିତ ହେବେ, ସିଏ କଟିବେ’ ବୟାନ ଉପରେ କଡା ଜବାବ ଦେଇଛନ୍ତି ଅଖିଲେଶ । କହିଛନ୍ତି, ଇଂରେଜ ଚାଲିଗଲେ. ହେଲେ ୟା’ଙ୍କୁ ଛାଡିଗଲେ ବୋଲି । ଭାରତୀୟ ସମାଜ ଏଭଳି ମନ୍ତବ୍ୟକୁ କେବେ ବି ସମର୍ଥନ କରିବ ନାହିଁ ।

ତେବେ ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ, ବିଭାଜିତ ହେଲେ କଟିବେ ବୋଲି ମନ୍ତବ୍ୟ ଦେଇ ପୂରା ହିନ୍ଦୁ ସମାଜକୁ ଏକାଠି ରହିବାକୁ ବାର୍ତ୍ତା ଦେଇଥିଲେ । ତାଙ୍କର ଏହି ବାର୍ତ୍ତା ପରେ ଲକ୍ଷ୍ନୌ ସହରରେ ସ୍ଥାନେ ସ୍ଥାନେ ବିଜେପି ନେତାଙ୍କ ଦ୍ବାରା ପୋଷ୍ଟର ବି ଲଗା ଯାଇଥିଲା । ଯାହାକୁ ନେଇ କଡା କାଉଣ୍ଟର କରି ସପା କର୍ମାକର୍ତ୍ତର ବି କାଉଣ୍ଟର ପୋଷ୍ଟର ଲଗାଇଥିଲେ । ଯେଉଁଥିରେ ଲେଖାଥିଲା, ନା ବିଭାଜିତ ହେବେ, ନା କଟିବେ, ମଠାଧିଶ ଗାଦିରୁ ହଟିବେ, ବୋଲି ନାରା ଦେଇଥିଲେ ।

ଏବେ ଏହି ବୟାନ ବାଜି ଏବଂ ପୋଷ୍ଟର ଯୁଦ୍ଧ ଭିତରେ ଯୋଗୀ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ସପା ସୁପ୍ରିମୋ । ଅଖିଲେଶ କହିଛନ୍ତି, ଜନତା କେବେ ବି ଏଭଳି ବୟାନକୁ ସମର୍ଥନ ଦେବ ନାହିଁ । ବିଜେପି ତ ବିଭାଜିତ ନିୟମ ଉପରେ ବିଶ୍ବାସ କରେ । ବ୍ରିଟିଶମାନେ ଗଲେ, ହେଲେ ଏମାନଙ୍କୁ ଛାଡି ଚାଲିଗଲେ ବୋଲି କହି କଟାକ୍ଷ କରିଛନ୍ତି ସପା ମୁଖ୍ୟ । ଏଥିସହିତ ଭାରତୀୟ ସମାଜ ଏଭଳି ସ୍ଲୋଗାନରେ ସହମତ ନୁହଁନ୍ତି ବୋଲି ସେ କହିଛନ୍ତି ।

Comments are closed.