ନୂଆଦିଲ୍ଲୀ: ସରିଯାଇଛି ଆମେରିକା ନିର୍ବାଚନର ଭୋଟ ଗ୍ରହଣ । ଫଳାଫଳା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ୨୬୭ ଭୋଟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ଥିବା ବେଳେ ୨୧୪ ଭୋଟରେ ଫଛରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସ୍ । ହେଲେ ଏବେ ବି ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିଛି ଉଭୟ ଦଳ । ତେବେ ଟ୍ରମ୍ପ ମ୍ୟାଜିକ ନମ୍ବର ଠାରୁ ମାତ୍ର ୪୦ ଭୋଟ ପଛରେ ଥିବା ବେଳେ ଏଥର ହ୍ବାଇଟ ହାଉସ୍ ତାଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା । ଯାହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ଉତ୍ସବ ମନେଇବା ଆରମ୍ଭ କରିଦେଲେଣି ।
ସେପଟେ ନିର୍ବାଚନ ଫଳାଫଳର ପ୍ରାଥମିକ ଆକଳନ ଏବେ ହାରିସଙ୍କ ସମର୍ଥକଙ୍କୁ ନିରାଶ କରିଛି । ବହୁ ପଛରେ ପଡିଛନ୍ତି କମଲା ହାରିସ୍ । ଏବେ ଦିରେ ଦିରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ତେବେ ବଜି କମଲା ହାରିସ୍ ହାବାର୍ଡ ୟୁନଭରସିଟିରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ନିର୍ବାଚନ ଫଳାଫଳ ଏବେ ହାରିସ୍ ଙ୍କୁ ବାସ୍ତବରେ ହାରସ୍ କରିଛି । ଏଥିପାଇଁ ହାବାର୍ଡ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି କମଲା ।
ତେବେ ଆମେରିକା ରାଷ୍ଟ୍ରପତି ବନିବା ପାଇଁ ୫୩୮ ଇଲେକ୍ଟୋରଲ କଲେଜ୍ ଭୋଟରୁ ମୋଟ ୨୭୦ ଭୋଟ ଆବଶ୍ୟକ । ବର୍ତ୍ତମାନ ଗଣତି ଅନୁସାରେ ଟ୍ରମ୍ପ ୨୬୭ ଭୋଟ ପାଇଥିବା ବେଳେ କମଲା ପାଇଛନ୍ତି ୨୧୪ ଭୋଟ । ମୋଟ ୭ ସ୍ବିଙ୍ଗ ଷ୍ଟେଟରୁ ୫ ସ୍ବିଙ୍ଗ୍ ଷ୍ଟେଟରେ ଟ୍ରମ୍ପ ହିଁ ଆଗରେ ରହିଛନ୍ତି । ସେପଟେ ଟ୍ରମ୍ପଙ୍କ ବିଜୟର ଆଭାସକୁ ନେଇ ଏବେ ତାଙ୍କ ସମର୍ଥକ ଉତ୍ସବ ମୁଖର ହୋଇଉଠିଲେଣି । ଫ୍ଲୋରିଡାର ପାମ୍ ବିଚ୍ ସ୍ଥିତ ଏକ କନଭେସନରେ ବିଜୟର ସମସ୍ତ ପ୍ରସ୍ତୁତି ସରିଲାଣି ।