Latest Odisha News

BREAKING NEWS

ଦ୍ବିତୀୟ ଥର ପାଇଁ ଟ୍ରମ୍ପଙ୍କ ହାତକୁ ଗଲା ହ୍ବାଇଟ ହାଉସ୍ , ହାରିଲେ ହାରିସ୍

ନୂଆଦିଲ୍ଲୀ: ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ ହାଉସ ଯିବେ ଟ୍ରମ୍ପ । ୭ ସୁଇଙ୍ଗ ଷ୍ଟେଟରେ ଐତିହାସିକ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ତେବେ ଏବେ ବି ଗଣତି ଜାରି ରହିଥିବା ବେଳେ ମ୍ୟାଜିକ୍ ନମ୍ବର ଅତି ନିକଟରେ ଟ୍ରମ୍ପ ଥିବା ବେଳେ ଆମେରିକାର ଖବରସରବରାହ ଫକ୍ସ ନ୍ୟୁଜ ଟ୍ରମ୍ପ ହିଁ ବିଜେତା ବୋଲି ଘୋଷଣା କରିଛି । ଯାହାକୁ ନେଇ ଏବେ ଟ୍ରମ୍ପଙ୍କ ସମର୍ଥକ ଉତ୍ସବ ମନେଇବା ଆରମ୍ଭ କରିଦେଇଛନ୍ତି । ତେବେ ଗଣତି ଅନୁସାରେ ଏବେ  ଟ୍ରମ୍ପ ୨୬୭ ଭୋଟ ହାସଲ କରିଥିବା ବେଳେ କମଲା ହାରିସ୍ ୨୧୪ ଭୋଟରେ ପଛରେ ରହିଛନ୍ତି ।

ତେବେ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବାକୁ ଯାଇଥିବା ଡୋନାଲ ଟ୍ରମ୍ପ ଏବେ ବିଜୟର ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଅବସରରେ ତାଙ୍କ ସମର୍ଥକଙ୍କ ଦ୍ବାରା ଫ୍ଲୋରିଡାରେ ଏକ କନଭେନସନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେରିକା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ। ଏନେଇ ଟ୍ରମ୍ପ କହିଛନ୍ତି, ଆମେରିକା ପୁଣି ଥରେ ମହାନ୍ ହେବାକୁ ଯାଉଛି । ମୋତେ ଜିତାଇଥିବାରୁ ଧନ୍ୟବାଦ ଆମେରିକା । ଆମେରିକା ଇତିହାସରେ ଏ ସବୁଠୁ ବଡ ରାଜନୈତିକ ବିଜୟ ବୋଲି କହିଛନ୍ତି ଟ୍ରମ୍ପ । ଏଥିସହିତ ଅଭିଭାଷଣରେ ବୈଦଶିକ ବ୍ୟାପାର କଥା ଉଠାଇ ଟ୍ରମ୍ପ କହିଛନ୍ତି ଏସିଆ ଏବଂ ଆରବ ସହ ଆମେରିକାର ଭଲ ସଂପର୍କ ରହିବ ।

ତେବେ କହିରଖୁଛୁ, ଟ୍ରମ୍ପଙ୍କ ବିଜୟରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର, ଇତ୍ୟାଦି ସମେତ ମେକ୍ ଆମେରିକା ଗ୍ରେଟ ନାରାକୁ ଅସ୍ତ୍ର କରି ଭୋଟରଙ୍କୁ ଆକର୍ଷଣ କରିଥିଲେ ଟ୍ରମ୍ପ ।

ତେବେ ଆମେରିକା ମିଡିଆ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଛନ୍ତି । ଜିତିବାକୁ ଭୋଟ ୨୭୦ ଥିବା ବେଳେ ୨୬୭ ଟି ଇଲେକ୍ଟୋରାଲ୍ ଭୋଟ୍ ସହ ଆଗରେ ଅଛନ୍ତି ଟ୍ରମ୍ପ । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କୁ ୨୧୪ ଟି ଇଲେକ୍ଟୋରାଲ ଭୋଟ୍ ମିଳିଛି ।

ତେବେ ଆମେରିକାରେ ମୋଟ ୫୦ ରାଜ୍ୟକୁ ନେଇ ଭୋଟ ହୋଇଥିବା ବେଳେ ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ ଭୋଟ । ଏଥିରେ ସବୁଠୁ ଅଧିକ ମହତ୍ବ ରହିଛି ୭ ସୁଇଙ୍ଗ ଷ୍ଟେଟର । ଯାହାର ମୋଟ ଭୋଟ ସଂଖ୍ୟା ୯୩ । ପେନସିଲଭାନିଆ – ୧୯, ଜର୍ଜିଆ – ୧୬, ଉତ୍ତର କାରୋଲିନା – ୧୬, ମିଚିଗାନ୍ – ୨୫, ଏରିଜୋନା – ୧୧, ୱିସ୍କନ୍ସିନ୍ – ୧୦, ନେଭାଡା – ୬ । ସବୁଥିରେ ଟ୍ରମ୍ପ ହିଁ ଆଗରେ ଥିବା ଜଣାପଡିଛି । ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ଡୋନାଲ୍ବ ଟ୍ରମ୍ପ ।

Comments are closed.