Latest Odisha News

BREAKING NEWS

ହାତୀଙ୍କ ପାଇଁ ରାଜ୍ୟରେ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଭୁବନେଶ୍ବର: ଓଡିଶାରେ ଗଜରାଜଙ୍କ ପାଇଁ ଜାଗା କମ୍ ପଡିଲାଣି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ ।  ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ ବେଶୀ ବଢୁଛି ବୋଲି ବନ୍ୟପ୍ରାଣୀ ପିସିସିଏଫ ମନ୍ତବ୍ୟ ଦେଇଥିବା ବେଳେ ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ହାତୀଙ୍କ ସୁରକ୍ଷା ପାଇଁ ସରକାର ଅଧିକ ଜଙ୍ଗଲ ସୃଷ୍ଟି କରିବା ନେଇ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏଥିସହିତ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଜଙ୍ଗଲ ତୁଳନାରେ ହାତୀ ଅଧିକ ଅଛନ୍ତି । ତେଣୁ ବିଭାଗ ବର୍ତ୍ତମାନ ଚିନ୍ତା କରୁଛି କିପରି ଅଧିକ ଜଙ୍ଗଲ ସୃଷ୍ଟି କରିବ । ,ଥିସହିତ ବର୍ତ୍ତମାନ ଜଙ୍ଗଲ କେତେ ରହିଛି?, ଆଉ କେତେ ଆବଶ୍ୟକ ରହିଛି?, ବର୍ତ୍ତମାନ ସ୍ଥିତି ହାତୀକୁ ସୂଚାରୁ ରୂପେ ସୁହାଉଛି କି ନାହିଁ, ଯେତିକି ଜଙ୍ଗଲ ରହିଛି ସେ ପରିସଂସ୍ଥାରେ ହାତୀମାନଙ୍କୁ ଠିକ୍ ପରିମାଣର  ଖାଇବା ପିଇବା ମଳୁଛି କି ନାହିଁ, ତାହା ଉପରେ ଏବେ ବିଭାଗ ଅଧ୍ୟୟନ କରୁଛି । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ସବୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ହେନ୍ତାଳ ବଣ ଠାରୁ ଆରମ୍ଭ କରି ଗାଁ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ  । ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ କରାଯିବା ସହିତ ଏଥିପାଇଁ ତାଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଏହା ସହିତ ହାତୀ ମୃତ୍ୟୁର କାରଣ ଖୋଜାଯାଇ  ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.