ଶ୍ରୀନଗର: ଜମ୍ମୁ-କଶ୍ମୀର ବିଧାନସଭାରେ ହାତାହାତି ପରିସ୍ଥିତି । ବିଧାନସଭାରେ ୩୭୦ ବ୍ୟାନରକୁ ନେଇ ହାଇଡ୍ରାମା ଆରମ୍ଭ ହୋଇଥିବା ବେଳେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ଧକ୍କା ଏବଂ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବକୁ ହଟାଇବାକୁ ନେଇ ଏଭଳି ହଙ୍ଗାମା ଆଜି ବିଧାନସଭାରେ ଦେଖିବାକୁ ମିଳିଛି ।
ତେବେ ୩୭୦ ଧାରା ଉଚ୍ଛେଦ ହେବା ପରେ ଦୀର୍ଘ ୬ ବର୍ଷ ପରେ ଜମ୍ମୁ କଶ୍ମୀର ବିଧାନସଭାରେ ଗତ ସେମାବାର ଠାରୁ ୫ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଆଉ ଆଜି ଅଧିବେଶନ ୪ର୍ଥ ଦିନରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି । ବାରାମୁଲା ଲୋକସଭା ସାଂସଦ ଇଂଜିନିୟର ରାର୍ସିଦଙ୍କ ଭାଇ ତଥା ବିଧାୟକ ଖୁର୍ସିଦ୍ ଅହମ୍ମଦ ଶେଖ୍ ଗୃହରେ ୩୭୦ ଧାରାର ଏକ ବ୍ୟାନର ଦେଖାଇବା ପରେ ଏହି ହଙ୍ଗାମା ଆରମ୍ଭ ହୋଇଥିଲା । ଏହି ବ୍ୟାନର ଦେଖାଇବାକୁ କିଛି ବିଜେପି ନେତା ଏବଂ ବିରୋଧୀ ଦଳ ନେତା ସୁନିଲ ଶର୍ମା ତୀବ୍ର ବିରୋଧ କରିଥିଲେ । ଏହା ପରେ ସ୍ଥିତି ଏପରି ହୋଇଥିଲା ଯେ ଗୃହ ମଝିରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
#WATCH | A ruckus breaks out at J&K Assembly in Srinagar after Engineer Rashid's brother & MLA Khurshid Ahmad Sheikh displayed a banner on Article 370. LoP Sunil Sharma objected to this. House adjourned briefly. pic.twitter.com/iKw8dQnRX1
— ANI (@ANI) November 7, 2024
ସ୍ଥିତି ଅଧିକ ଗମ୍ଭୀର ହେବାରୁ ମାର୍ସଲ ପୋଲିସ୍ ଅଧିକାରୀମାନେ ଆସି ସେମାନଙ୍କୁ ଅଟକାଇବା ସହିତ ଗଣ୍ଡଗୋଳ କରୁଥିବା ବିଧାୟକମାନଙ୍କୁ ଗୃହ ବାହାରକୁ ପଠାଇ ଦେଇଥିଲେ । ଏହାପରେ ଘଟଣା ଶାନ୍ତ ହେବା ସହିତ କିଛି ସମୟ ପାଇଁ ଗୃହକୁ ମୁଲତବି ରଖାଯାଇଥିଲା ।
#WATCH | Srinagar: Session of J&K Assembly resumes after it was briefly adjourned following a ruckus when Engineer Rashid's brother & Awami Ittehad Party MLA Khurshid Ahmad Sheikh displayed a banner on the restoration of Article 370.
Marshals took a few Opposition MLAs of the… pic.twitter.com/cIxIPfpjRh
— ANI (@ANI) November 7, 2024
ତେବେ କହିରଖୁଛୁ, ଅବାମୀ ଇତ୍ତେହାଦ୍ ଦଳର ନେତା ଖୁର୍ସିଦ୍ ଅହମ୍ମଦ ଶେଖ୍ ଲଙ୍ଗୋଟ ବିଧାନସଭା ଆସନରୁ ବିଧାୟକ ହୋଇଛନ୍ତି । ତେବେ ପିଡିପି ପକ୍ଷରୁ ୩୭୦ ଧାରା ୩୫ ଏକୁ ପୁନଃସ୍ଥାପନ କରାଇବା ପାଇଁ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ଦିଆଯାଇଛି ।
Comments are closed.