Latest Odisha News

BREAKING NEWS

ଚିଲିକା ହ୍ରଦ ମଝିରେ ଭାସିଲା ଯାତ୍ରୀବାହୀ ଭସାପୋଲ

ବ୍ରହ୍ମଗିରି: ଚିଲିକା ହ୍ରଦ ମଝିରେ ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଯାଇଛି। ପୁରୀ ଜିଲ୍ଲା ସାତପଡ଼ା ନିକଟ ଚିଲିକାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଯାତ୍ରୀମାନେ ଭୟଭୀତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ହରଡ଼ ମଝିରେ ଭାସୁଥିବା ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରାୟ ୧ ଘଣ୍ଟା ଧରି ଏହା ଚିଲିକା ମଝିରେ ଫସିରହିଥିଲା। ଭସାପୋଲରେ ଗୋଟିଏ ଯାତ୍ରୀବାହୀ ବସ୍, ୨ଟି ୪ଚକିଆ ଯାନ, ୧୦ଟି ବାଇକ୍‌ ସହ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।

ଚିଲିକା ଜଳରାଶିରେ ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ନିର୍ମାଣ ହୋଇପାରି ନାହିଁ। ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ସମୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଚିଲିକା ଉପରେ ପୋଲ ନିର୍ମାଣ ନେଇ ଜନସଭାକୁ ସମ୍ବୋଧିତ କରିଥିଲେ। ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଅନ୍ୟ ଭସାପୋଲ, ଜେସିବି, ଏସ୍କାଭେଟର  ଦ୍ବାରା ଭସାପୋଲକୁ ଉଦ୍ଧାର କରାଯିବ।

Comments are closed.