Latest Odisha News

ବିଦାୟୀ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହେଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ରବିବାର ଦିନ ପଦରୁ ଅବସର ନେବେ। କିନ୍ତୁ ଶନିବାର ଏବଂ ରବିବାର କୋର୍ଟ ଛୁଟି ହେବ। ଯାହାଫଳରେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏପରିକି ଆଜି ତାଙ୍କ ସମ୍ମାନାର୍ଥେ ଏକ ବିଦାୟ ସମାରୋହ ମଧ୍ଯ ଆୟୋଜିତ ହୋଇଥିଲା।

ନଭେମ୍ବର ୧୦ରେ ଚନ୍ଦ୍ରଚୂଡଙ୍କ ଅବସର ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ତାଙ୍କ ସ୍ଥାନ ନେବେ। ସେ ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଚନ୍ଦ୍ରଚୂଡ ୯ ନଭେମ୍ବର ୨୦୨୨ରେ ଭାରତର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।

ଏହି ଅବସରରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ‘ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବାର ନଥିଲା। କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ। ଆସନ୍ତା ସୋମବାର ଠାରୁ ମୋ ପରେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଆସୁଛନ୍ତି। ତାଙ୍କର ବହୁତ ଅଭିଜ୍ଞତା ରହିଛି। ଏଭଳି କହିବା ସହ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ।

Comments are closed.