Latest Odisha News

BREAKING NEWS

ରିଟାୟରମେଣ୍ଟ ପରେ କେଉଁ ପଦବୀକୁ ଯିବେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ?

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମକୋର୍ଟରେ ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ସେ ନଭେମ୍ବର ୧୦ ତାରିଖରେ ରିଟାୟର ହେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଆଜି ଏକ ବେଞ୍ଚ ବସିବା ସହ ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ସିଜେଆଇଙ୍କ ବିଦାୟ ସମ୍ବର୍ଦ୍ଧନାରେ ଅନେକ ଜଜ୍ ଏବଂ ଓକିଲ ଚନ୍ଦ୍ରଚୂଡ଼ଙ୍କ ପ୍ରଶଂସା କରିଛନ୍ତି। ଏହାସହ ନିଜେ ଚନ୍ଦ୍ରଚୂଡ଼ ଭାବବିହ୍ଵଳ ହେବା ଦେଖିବାକୁ ମିଳିଥିଲା। ଏହି ଅବସରରେ ନାନୀ ପାଲକୀୱାଲା ଲ କ୍ଲବର ଜଣେ ଓକିଲ ଚନ୍ଦ୍ରଚୂଡ଼ଙ୍କୁ ରିଟାୟରମେଣ୍ଟ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ (ଆଇସିଜେ)ରେ ପଦବୀ ସମ୍ଭାଳିବାକୁ ଯାଉଥିବାରୁ ଅଭିନନ୍ଦନ ଜଣାଇଥିଲେ। ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ଼ ଆବାକ ହୋଇ ଯାଇଥିଲେ ଓ ସାଥୀ ଜଜ୍ ମାନଙ୍କ ଆଡକୁ ଆଶ୍ଚର୍ଯ୍ୟଭରା ନଜରରେ ଚାହିଁଥିଲେ।

ଉଲ୍ଲେଖଯୋଗ୍ୟ ଯେ ସିଜେଆଇଙ୍କୁ ନେଇ ଅନେକ ପ୍ରକାରର କଳ୍ପନା କରାଯାଉଛି। ସେ ଅବସର ପରେ କେଉଁ ପଦବୀ ସମ୍ଭାଳିବେ ସେ ନେଇ ଚର୍ଚ୍ଚା ମଧ୍ୟ ହେଉଛି।  ଅନ୍ୟପକ୍ଷରେ ଚନ୍ଦ୍ରଚୂଡ଼ଙ୍କୁ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ହେବାର ମଧ୍ୟ ଶୁଣିବାକୁ ମିଳୁଛି ।

Comments are closed.