ବଲୁଚିସ୍ତାନ: ପାକିସ୍ତାନର ଉତ୍ତର-ପଶ୍ଚିମ ବଲୁଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ବିସ୍ଫୋରଣରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
ବିସ୍ଫୋରଣ ଘଟିବା ମାତ୍ରେ ରେଳ ଷ୍ଟେସନରେ ଧାଁ ଧୌଡ ଆରମ୍ଭ ହୋଇଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ପୋଲିସ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲ ଜିଓ ନ୍ୟୁଜ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରେଳ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ୍ ପହଞ୍ଚିବାକୁ ଯାଉଥିବା ବେଳେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଏହି ଟ୍ରେନ୍ ହେଉଛି ଜାଫର ଏକ୍ସପ୍ରେସ, ଯାହା ପେଶୱାର ଆଡକୁ ଯାଉଥିଲା । ଯେଉଁ ସମୟରେ ଏହି ବିସ୍ଫୋରଣ ଘଟିଲା ସେତେବେଳେ ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବାକୁ ଯାଉଥିଲା । ବିସ୍ଫୋରଣର ଶବ୍ଦ ଶୁଣି ପାଇଲଟ୍ ଟ୍ରେନ୍ କୁ ସେହିଠାରେ ହିଁ ଅଟକାଇ ଦେଇଥିଲେ ।
⚡?? Breaking :
Bomb blast at Quetta railway station , approx 30 people injured & 4 confirmed ki!!ed
Update: 22 people confirmed ki!!ed in this attack as per Samaa News#Quetta #Pakistan #Train #trainaccident #Israeli #Arabs #BombBlast pic.twitter.com/bqj0h28kEk
— OsintWorld ? (@OsiOsint1) November 9, 2024
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ପ୍ରବଳ ଯୋରେ ବିସ୍ଫୋରଣ ହୋଇଥିଲା । ଏପରି ବିସ୍ଫୋରଣ ହୋଇଥିଲା ଯେ ରେଳ ଷ୍ଟେସନରେ ଲଗେଜ୍ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଏହି ବିସ୍ଫୋରଣ କିଏ ଘଟାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରେ ଜଣାପଡିନାହିଁ । ବିସ୍ଫୋରଣ ପରେ ରେଳ ଷ୍ଟେସନରେ ଆରମ୍ଭ ହୋଇଥିବା ଦୌଡଧାପଡରେ ଅନେକ ଲୋକ ଆହତ ହୋଇଥିଲେ । ସମଗ୍ର ରେଳ ଷ୍ଟେସନକୁ ଖାଲି କରାଯାଇ ସିଲ୍ କରାଯାଇଛି ।
Comments are closed.