Latest Odisha News

ସାବଧାନ୍! ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, କାହିଁକି ଏମିତି କହିଲେ ମୋହନ….

ନୂଆଦିଲ୍ଲୀ: ତୃତୀୟ ବିଶ୍ବଯୁଦ୍ଧ ବିପଦ ଘନେଇ ଆସୁଛି । ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । ଯାହା ଆଗାମୀ ଦିନରେ ପୁଣି ଆଉ ଏକ ବିଶ୍ବଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବେ ଏମିତି କିଛି ଚେତାବନୀ ଦେଇଛନ୍ତି । ଧିରେ ଧିରେ ଆମ ସମସ୍ତଙ୍କୁ ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ଦେଖାଦେଲାଣି ବୋଲି ସେ କହିଛନ୍ତି ।

ତେବେ ଏକ ଆୟୋଜିତ ସଭାରେ ମୋହନ ଭାଗବତ ଚେତାବନୀ ଦେଇଛନ୍ତି, ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ବିବାଦ ଯୋଗୁଁ ତୃତୀୟ ବିଶ୍ୱଯୁଦ୍ଧର ହେବାକୁ ଯାଉଛି । ଦେଶରେ ବୈଜ୍ଞାନିକ କ୍ଷେତ୍ରରେ ପ୍ରଗତି ତ ହେଉଛି ହେଲେ ଏହାର ଲାଭ ସବୁ ବର୍ଗଙ୍କ ପାଖରେ ପହଞ୍ଚୁନାହିଁ । ଗରିବ ଏବଂ ଆବଶ୍ୟକୀୟ ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିପାରୁନାହିଁ । କିନ୍ତୁ ବିନାଶକାରୀ ଅସ୍ତ୍ରଶସ୍ତ୍ର ସହଜରେ ଉପଲବ୍ଧ ହେଉଛି । ଆଜି ବି ଗ୍ରାମୀଣ ଅଞ୍ଚଳରେ ବିଭିନ୍ନ ରୋଗ ପାଇଁ ଔଷଧ ମିଳିବା କାଠିକାର ପାଠ ହେଲେ କ୍ଷତି ପହଞ୍ଚାଉଥିବା ଅସ୍ତ୍ରଶସ୍ତ୍ର ସେମାନଙ୍କୁ ସହଜରେ ମିଳିଯାଉଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ମୋହନ କହିଛନ୍ତି, ସମାଜର ଗରିବ ଶ୍ରେଣୀଙ୍କ ପାଖରେ ବିଜ୍ଞାନର ପ୍ରକୃତ ଲାଭ ପହଞ୍ଚିପାରୁନାହିଁ ।

ଏଥିସହିତ ମୋହନ ହିନ୍ଦୁତ୍ବର ସିଦ୍ଧାନ୍ତକୁ ନେଇ କହିଛନ୍ତି, ମାନବ ସମାଜର ସେବା ସନାତନ ଧର୍ମ । ସନାତନ ଧର୍ମ ମାନବର ହିତରେ ହିଁ ସନ୍ଦେଶ ଦେଇଥାଏ ।  ଯାହା ହିନ୍ଦୁ ଧର୍ମର ପର୍ୟ୍ୟାୟ । ହିନ୍ଦୁତ୍ବ ଦୁନିଆକୁ ରାସ୍ତା ଦେଖାଉଛି । ହିନ୍ଦୁ ଶଦ୍ଦ ଧର୍ମଗ୍ରନ୍ଥରେ ପୂର୍ବରୁ ରହିଛି । ଯାହାକୁ ପ୍ରଥମ ଥର ଗୁରୁ ନାନକ ଦେବ ସାର୍ବଜନୀନ ପ୍ରବଚନରେ ପ୍ରକାଶ କରିଥିଲେ । ଏଥିସହିତ ତାଙ୍କର କହିବା କଥା, ଦୁନିଆ ସାମ୍ନାରେ ଭାରତକୁ ଏକ ଏମିତି ମାର୍ଗଦର୍ଶକ ଶକ୍ତି ରୂପରେ ଉପସ୍ଥାପିତ କରାଯିବା ଉଚିତ ଯାହା ଶାନ୍ତି, ସହ-ଅସ୍ତିତ୍ବ ଏବଂ ମାନବର ସିଦ୍ଧାନ୍ତଙ୍କୁ ଆହୁରି ପ୍ରୋତ୍ସାହିତ କରିବ ।

Comments are closed.