Latest Odisha News

‘କୌଣସି ପୁରୁଷ ଜଣେ ମହିଳା ବନ୍ଧୁଙ୍କ ସହ ଏକାଠି ହୋଟେଲ ରୁମରେ ରହିବାର ଅର୍ଥ ଶାରୀରିକ ସମ୍ପର୍କ ନୁହେଁ’

ମୁମ୍ବାଇ: ଜଣେ ମହିଳା ଜଣେ ପୁରୁଷଙ୍କ ସହିତ ହୋଟେଲ ରୁମ୍ ବୁକ୍ କରି ରୁମ୍ ଭିତରକୁ ପ୍ରବେଶ କରିବା ର ଅର୍ଥ ଏୟା ନୁହଁ ଯେ, ସେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହା କହିଛି । ବମ୍ବେ ହାଇକୋର୍ଟର ବିଚାରପତି ଭାରତ ପି ଦେଶପାଣ୍ଡେ ଏହା କହିଛନ୍ତି । ଏହି ଯୁକ୍ତି ଦର୍ଶାଇ ହାଇକୋର୍ଟ ମାର୍ଚ୍ଚ ୨୦୨୧ରେ ବଳାତ୍କାର ମାମଲାରେ ଟ୍ରାଏଲ କୋର୍ଟର ସେହି ଆଦେଶକୁ ରଦ୍ଦ କରିଥିଲେ ଯେଉଁଥିରେ ଅଭିଯୁକ୍ତ ଗୁଲଶେର ଅହମ୍ମଦଙ୍କ ବିରୋଧରେ ମାମଲା ବନ୍ଦ କରିଦିଆଯାଇଥିଲା ।

ବାର୍ ଏବଂ ବେଞ୍ଚଙ୍କ ଅନୁଯାୟୀ, ଏହି ମାମଲାର ଶୁଣାଣି ବେଳେ ଜଜ୍ କହିଛନ୍ତି ଯେ, ମହିଳା ଜଣଙ୍କ ପୁରୁଷଙ୍କ ସହ ହୋଟେଲ ରୁମ୍ କୁ ଯାଇଥିଲେ ମଧ୍ୟ ଏହା ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ତାଙ୍କ ସମ୍ମତି ଭାବରେ ବିବେଚନା କରାଯାଇପାରିବ ନାହିଁ । ରୁମ୍ ବୁକ୍ ରେ ଉଭୟ ପୀଡିତା ଏବଂ ଅଭିଯୁକ୍ତଙ୍କ ଭୂମିକା ରହିଛି ବୋଲି କୋର୍ଟ କହିଛନ୍ତି । କିନ୍ତୁ ଏହା କୌଣସି ପ୍ରକାରେ ଶାରୀରିକ ସମ୍ପର୍କ ରଖିବାକୁ ସମ୍ମତି ଭାବରେ ଦେଖାଯିବ ନାହିଁ ।

ଏହି ବଳାତ୍କାର ମାମଲାର ଶୁଣାଣି ବେଳେ ଟ୍ରାଏଲ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସହ ହୋଟେଲ ରୁମ୍ ବୁକି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଅଭିଯୁକ୍ତଙ୍କ ସହ ସେହି କୋଠରୀକୁ ଯାଇଥିଲେ । ତେଣୁ ସେ କୋଠରୀ ଭିତରେ ଥିବା ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସମ୍ମତି ଦେଇଥିଲେ । ଏହା ପରେ ଟ୍ରାଏଲ କୋର୍ଟ ଡିସଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କ ବିରୋଧରେ ବଳାତ୍କାର ମାମଲା ବନ୍ଦ ହୋଇଯାଇଥିଲା । ତେବେ ହାଇକୋର୍ଟ ଏହି ଆଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ବାର୍ ଏବଂ ବେଞ୍ଚ ଅନୁଯାୟୀ, ମାର୍ଚ୍ଚ ୨୦୨୦ରେ ଏହି ସମଗ୍ର ଘଟଣା ସାମ୍ନାକୁ ଆସିଥିଲା । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ବିଦେଶରେ ଏକ କମ୍ପାନରେ ଚାକିରି ଦେବାକୁ କହିଥିଲା । ଚାକିରୀ ପାଇଁ ଏଜେନ୍ସିକୁ ଭେଟିବା ବାହାନାରେ ଅଭିଯୁକ୍ତ ଜଣକ ମହିଳାଙ୍କୁ କୋଠରୀକୁ ଆଣିଥିଲା । ପୀଡିତା ଅଭିଯୋଗ କରିଛନ୍ତି ଯେ ସେ କୋଠରୀରେ ପ୍ରବେଶ କରିବା ମାତ୍ରେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ଏବଂ ପରେ ବଳାତ୍କାର କରିଥିଲା । ମହିଳାଙ୍କ କହିବାନୁସାରେ, ଯେତେବେଳେ ଅଭିଯୁକ୍ତ ବାଥରୁମକୁ ଯାଇଥିଲେ, ସେ ରୁମ ଏବଂ ହୋଟେଲରୁ ପଳାଇ ଯାଇ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ।

Comments are closed.