Latest Odisha News

BREAKING NEWS

ବର୍ଦ୍ଧିତ ପିଆଜ ଦରକୁ ନେଇ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ, କହିଲେ..

ଭୁବନେଶ୍ୱର: ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଚାଲିଛି । ଏହି ସମୟରେ ଅନେକ ଲୋକ ବିନା ପିଆଜ ରସୁଣ ଅର୍ଥାତ୍ ସୁଦ୍ଧ ଶାକାହାରୀ ଖାଇବା ଖାଉଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଯେ, ପଞ୍ଚୁକ ସମୟରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ହୋଇଛି ।

ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା ୭୦ ଟଙ୍କାରେ ମିଳୁଛି । ଗତ ୧୫ ଦିନ ଭିତରେ କିଲୋ ପିଛା ୩୦ ଟଙ୍କା ବଢ଼ିଛି ପିଆଜ ଦର । ଯାହା ଦ୍ବାରା ମଧ୍ୟ ଓ ଗିରବ ଶ୍ରେଣୀର ଲୋକଙ୍କ ପକେଟ୍ କୁ ବାଧୁଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, ‘ଆମ ରାଜ୍ୟରେ ପିଆଜ ଉତ୍ପାଦନ ନଥିବା କାରଣରୁ ନାସିକ ଉପରେ ନିର୍ଭାର କରିବାକୁ ପଡୁଛି । ଆଉ ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି । ସେଠାରେ କିଲୋଗ୍ରାମ ପିଛା ୪୫ ଟଙ୍କାରେ ବିକ୍ରି ହେଉଛି । ତେଣୁ ସେଠୁ ଆସିଲେ ଏଠି ବିକ୍ରି ହେବ । ଆଉ ସେଠି ଯେହେତୁ ଦର ଅଧିକ ରହିଛି ତେଣୁ ତାର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳୁଛି । ଆଉ ନାଫେଡ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କା ବିକ୍ରି କରିବାକୁ କୁହାଯାଇଛି।’

ରିପୋର୍ଟ ମୁତାବକ, ମାସକୁ ହାରାହାରି ୪୦ ହଜାର ଟନ୍‌ ରୁ ଅଧିକ ପିଆଜ ଖାଇଥାନ୍ତି ଓଡ଼ିଶାବାସୀ । ହେଲେ ସେହି ପରିମାଣର ପିଆଜ ଚାଷ ଓଡିଶାରେ କରାଯଉନାହିଁ । ଯେଉଁଥିପାଇଁ ଓଡ଼ିଶା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.