Latest Odisha News

ଦୁର୍ବୁତ୍ତ ଜାଳିଦେଲେ ଶହେ କ୍ବିଣ୍ଟାଲ ଧାନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କଟା ହୋଇ ଗଦା ମରାହୋଇ ରଖା ଯାଇଖିବାବେଳେ ସେଥିରେ କେହି ଦୁର୍ବତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ବର୍ଷକର ଅମଳ ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।

ଖବର ମୁତାବକ, ତେବେ ପଦ୍ମପୁର ଗାଁରେ ଚାଷୀ କୈଳାସ ଗୋପାଳ ତାଙ୍କ ବାଡିରେ ଧାନ ଅମଳ କରି ଗଦା ମାରିଥିଲେ । ହେଲେ ସକାଳୁ ଉଠିଲା ବେଳକୁ ଧାନ ଗଦାରୁ ବାହାରୁଥିବା ଧୂଆଁ ତାଙ୍କର ହୋସ୍ ଉଡାଇ ଦେଇଥିଲା । ଆଉ ଅବାକ ହୋଇ ରହିଯାଇଥିଲେ ଗୋପାଳ ।

ତେବେ ଜଳି ପାଉଁଶ ହୋଇଯାଇଥିବା ଧାନର ମୂଲ୍ୟ ପ୍ରାୟ ଶହେ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି ।

ହେଲେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ତାହା ଜଣାପଡିନଥିବାବେଳେ, ଏହା ପୂର୍ବ ଶତୃତା କାରଣରୁ କେହି ଏଭଳି କରିଥିବା ସନ୍ଦେହ କରାଯାଉଛି । ଏନେଇ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.