ପୁରୀ: ଶେଷ ହୋଇଛି ଧର୍ମ ମାସ କାର୍ତ୍ତିକ । ନିଜ ନିଜ ଘରକୁ ଫେରିବେ ହବିଷ୍ୟାଳି । ସେପଟେ କାର୍ତ୍ତିକ ମାସ ଶେଷ ହେବା ଶ୍ରୀମନ୍ଦିରରୁ ହଟିଛି କାର୍ତ୍ତିକ କଟକଣା । ଆଜିଠୁ ପୁଣିଥରେ ଶ୍ରୀମନ୍ଦିରର ଚାରିଦ୍ବାର ଦେଇ ଭିତରକୁ ପ୍ରବେଶ କରିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ତେବେ ଚାରିଦ୍ବାର ଦେଇ ଭକ୍ତ ଭିତରକୁ ପ୍ରବେଶ କରିପାରିବେ କିନ୍ତୁ କେବଳ ତିନି ଦ୍ବାର ଦେଇ ଭକ୍ତ ମାନେ ବାହାରକୁ ବାହାରିପାରିବେ । କେବଳ ଉତ୍ତର ଦ୍ଵାର, ପଶ୍ଚିମଦ୍ଵାର ଏବଂ ଦକ୍ଷିଣ ଦ୍ଵାର ବାଟେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ଵାର ଫିଟାଇଥିଲେ ରାଜ୍ୟ ନୂତନ ସରକାର । ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ଭିତରକୁ ଯାଉଥିଲେ। କିନ୍ତୁ ଗତ କିଛିଦିନ ତଳେ କାର୍ତ୍ତିକ ମାସର ଭିଡକୁ ଦେଖି ଏହି ବ୍ୟବସ୍ଥା ବନ୍ଦ କରିଥିଲେ। ଏବେ କିନ୍ତୁ କାର୍ତ୍ତିକ ମାସ ସରିବା ପରେ ପୁଣି ଥରେ ପ୍ରଶାସନ ଉକ୍ତ ବ୍ୟବସ୍ଥା ଲାଗୁ କରିଛନ୍ତି ।