ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।
ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଝାନ୍ସୀ ଜିଲ୍ଲା ମାଜିଷ୍ଟ୍ରେଟ ଅବିନାଶ କୁମାର ଏନେଇ ସ୍ପଷ୍ଟ କରିଛନ୍ତି। ଫଳରେ ଏଯାବତ ୧୧ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣାକୁ ନେଇ ଝାନ୍ସି ଡିଭିଜନାଲ କମିଶନର ତଥା ଡିଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି।
ଅଧିକ ପଢନ୍ତୁ- ଝାନ୍ସି ହସ୍ପିଟାଲ ନିଆଁ: ନର୍ସ ଦିଆସିଲି….ପ୍ରତ୍ୟକ୍ଷଦର୍ଶୀ କହିଲେ ପ୍ରକୃତ ସତ
ତେବେ ନଭେମ୍ବର ୧୫ ରାତି ପ୍ରାୟ ୧୦.୩୦ ବେଳକୁ ନିଆଁ ଲାଗିଥିବା ବେଳେ ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିଲା। ଶିଶୁ ରୋଗ ୱାର୍ଡରେ ଥିବା ଶିଶୁଙ୍କ ପରିବାର ଲୋକଙ୍କ ଦ୍ବାରା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ଘଟି ଡାକ୍ତରଖାନାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।
Comments are closed.