Latest Odisha News

BREAKING NEWS

ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ନମାଗିଲେ କୋର୍ଟକୁ ଯିବୁ: ଗୌତମବୁଦ୍ଧ ଦାସ

ବାଲେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ବିଭ୍ରାନ୍ତିକର ବିବାଦ ପାଇଁ ଟାର୍ଗେଟ ହୋଇଛନ୍ତି। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ନମାଗିଲେ ଆମେ କୋର୍ଟଙ୍କ ଆଶ୍ରୟ ନେବୁ ବୋଲି ଆଜି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଛନ୍ତି।

ଓଡ଼ିଆ ଭାଷାର ପ୍ରାଣ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ଅଭିନେତା ମନୋଜ ମିଶ୍ର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ସେ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଦାବି ହୋଇଛି।

ବିଧାୟକ ଶ୍ରୀ ଦାସ କହିଛନ୍ତି, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଛନ୍ତି। ରାଣ୍ଡି ପୁଅ ଅନନ୍ତା ରୂଢିଟି ବ୍ୟାସକବିଙ୍କ ପୂର୍ବରୁ ଓଡ଼ିଆ ଲୋକ କଥାରେ ଏହା ଗୋଟିଏ ବହୁ ପ୍ରଚଳିତ। ଏହାର ପ୍ରକୃତ ଅର୍ଥ ହେଉଛି ‘ଚାରି ଦୌଡ଼ି କଟା’। ଫକୀରମୋହନ ରାଣ୍ଡିପୁଅ ଅନନ୍ତା ଚରିତ୍ରକୁ ନିଜ ରଚନା ମାଧ୍ୟମରେ ସମାଜକୁ ଏକ ନିଦର୍ଶନ ଦେଇଥିଲେ। ଯାହା କେବଳ ଓଡ଼ିଆଙ୍କ ପାଖରେ ନୁହେଁ ବରଂ ସାରା ବିଶ୍ବ ଦରବାରରେ ପରିଚିତ।

ସେ ଆହୁରି କହିଛନ୍ତି, ସେଭଳି ମୁଲ୍ୟବାନ ଲେଖାକୁ ବୁଝିବା ପାଇଁ ବୋଧହୁଏ ମନୋଜଙ୍କର ଜ୍ଞାନ ନାହିଁ। ଫକୀରମୋହନ ଲେଖା କପି କରିଥିବା ମନୋଜ କହିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ସାହିତ୍ୟପ୍ରେମୀଙ୍କର ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଗୌତମବୁଦ୍ଧ କହିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା, ରାଜ୍ୟର ଜନସାଧାରଣ ଏହାକୁ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି ।

Comments are closed.