Latest Odisha News

BREAKING NEWS

ଏଇଠି ମିଳୁଛି ମାତ୍ର ୯୦ ଟଙ୍କାରେ ଘର, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ବିଜୟକୁ ନେଇ ଆମେରିକାର ଅନେକ ଜନତା ବହୁତ ଖୁସି ଥିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିପାରି ନାହାଁନ୍ତି। ଯେଉଁଥିପାଇଁ ସେମାନେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଲୋକଙ୍କ କହିବା ଅନୁସାରେ ଟ୍ରମ୍ପ ପଦବୀ ସମ୍ଭାଳିବା ପରେ ଦେଶରେ ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ବଜିରେ ଲାଗିଛି। କେବଳ ସାଧାରଣ ଜନତା ନୁହେଁ ଏଲୋନ ମସ୍କଙ୍କ ଝିଅ ଜେନା ମଧ୍ୟ ଦେଶ ଛାଡିବାର ନିଷ୍ପତି ନେଇଛନ୍ତି। ସେ ଏବେ ଆଉ ଆମେରିକାରେ ରହିବାକୁ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି ମାସ୍କଙ୍କ ଝିଅ । ଏହାରିଭିତରେ ଏବେ ଦେଶ ଛାଡୁଥିବା ଲୋକଙ୍କ ପାଇଁ ଆସିଛି ଖୁସୀ ଖବର। ଦେଶ ଛାଡୁଥିବା ଲୋକଙ୍କ ପାଇଁ ଶସ୍ତା ଘର ଏବେ ଇଟାଲୀ ଦ୍ୱୀପରେ ଉପଲବ୍ଧ |

ଇଟାଲୀର ସାର୍ଡିନିଆ ଦ୍ୱୀପରେ ଜନବସତି ସ୍ଥାପନ କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି । ଇଟାଲୀର ଗ୍ରାମାଞ୍ଚଳରେ ଅର୍ଥନୈତିକ ଅବନତି ଏବଂ ଜନସଂଖ୍ୟା ହ୍ରାସ ଭଳି ସମସ୍ୟା ମଧ୍ୟରେ ଆମେରିକୀୟ ନାଗରିକମାନଙ୍କୁ ଏଠାରେ କମ୍ ମୂଲ୍ୟରେ ଘର ଦିଆଯାଉଛି । ଏଠାରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାତ୍ର ଗୋଟିଏ ୟୁରୋ ଅର୍ଥାତ୍ ୮୯.୩୧ ଟଙ୍କା (ଭାରତୀୟ ଟଙ୍କା)ରେ ଘର ବିକ୍ରୟ କରିବାକୁ ପ୍ରସ୍ତାବ ଦିଆଯାଉଛି ।
ତେବେ ଏହି ଘରଗୁଡିକ ତିନୋଟି ସ୍ତରରେ ଦିଆଯିବ । ବୁଲାବୁଲି କରିବାକୁ ଆସିଥିବା ଯାତ୍ରୀମାନଙ୍କୁ ମାଗଣାରେ ଅସ୍ଥାୟୀ ଘର ଯୋଗାଇ ଦିଆଯାଉଛି । ସେହିପରି ଏକ ୟୁରୋରେ ଏକ ଭଙ୍ଗା ଘର ଦିଆଯାଉଛି, ଯାହାକୁ ଆପଣ ମରାମତି କରି ରହି ପାରିବେ । ଏହା ବ୍ୟତୀତ, ୧,୦୦,୦୦୦ ୟୁରୋ ଅର୍ଥାତ୍ ୮୯୧୪୪୧୦.୦୦ ଟଙ୍କା(ଭାରତୀୟ ଟଙ୍କା) ମୂଲ୍ୟରେ ଆପଣ ଏକ ସୁନ୍ଦର ଘର କିଣି ପାରିବେ । ଏଥିପାଇଁ ଏକ ୱେବସାଇଟ୍ ଉନ୍ମୋଚିତ ହୋଇଛି । ଯାହା ମାଧ୍ୟମରେ ଆପଣ ଘର ଚିହ୍ନଟ କରିବା ସହ ସହଜରେ କିଣିପାରିବେ। ଲୋକମାନେ ଶୀଘ୍ର ଏହି ସମ୍ପତ୍ତି କିଣି ଦ୍ୱୀପକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ସାର୍ଡିନିଆ କର୍ତ୍ତୃପକ୍ଷ ।
ତେବେ କହୀରଖୁଛୁ ଯେ ଏହି ଦ୍ୱୀପରେ କେବଳ ୧୧୫୦ ବାସିନ୍ଦା ଅଛନ୍ତି | ଏଠାରେ ଅର୍ଥନନୈତିକ ଅବସ୍ଥା ଖରାପ ହେତୁ ଲୋକମାନେ ଏହି ଦ୍ୱୀପ ଛାଡିଦେଇଥିବା ସୁଚନା ମିଳିଛି ।

Comments are closed.