ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ଭାରତର ବ୍ୟାଟ୍ସମ୍ୟାନ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବିଶ୍ୱରେକର୍ଡ କରିଛନ୍ତି । ହାଇଦ୍ରାବାଦର ଅଧିନାୟକ ତିଳକ ଶନିବାର ମେଘାଳୟ ବିପକ୍ଷରେ ୧୫୧ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ କ୍ରମାଗତ ୩ଟି ଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ସେହିପରି ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ସେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ବଡ ସ୍କୋର କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ଏହା ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ।
ସେ ଶ୍ରେୟାଶ ଆୟାରଙ୍କ ୧୪୭ ରନକୁ ପଛରେ ପକାଇ ଦେଇଛନ୍ତି । ଟି୨୦ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ତିଳକ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ସେ ତାଙ୍କ ଇନିଂସରେ ୬୭ ବଲରେ ୧୪ ଚୌକା ଓ ୧୦ ଛକା ସହାୟତାରେ ୧୫୧ ରନ କରିଥିଲେ । ତିଳକ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ କ୍ରମାଗତ ୨ଟି ଶତକ ହାସଲ କରିଥିଲେ ।