ରାଞ୍ଚି: ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ, କଂଗ୍ରେସ, ଆରଜେଡି, ସିପିଆଇ (ଏମଏଲ) ମେଣ୍ଟ ଦଳ ଲଗାତାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଯାଇଛି।
ନିର୍ବାଚନରେ ୫୬ଟି ଆସନରେ ଅଗ୍ରଣୀ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡିଆରେ ତାଙ୍କ ଦୁଇ ପୁଅଙ୍କ ସହ ଖୁସି ଶେୟାର କରିଥିବା ନଜର ଆସିଛନ୍ତି। ସେମାନଙ୍କୁ ନିଜର ଶକ୍ତି ବୋଲି ଉଲ୍ଲେଖ କରିଛନ୍ତି।
ଉକ୍ତ ଫଟୋରେ ସେ ନିଜ ପୁଅକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଯେଉଁ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ବଡ଼ ସଫଳତା ମିଳିଛି। ବାରହାଇତ ବିଧାନସଭା ଆସନରୁ ୩୯୭୯୧ ଖଣ୍ଡ ଭୋଟରେ ବାଜିମାତ୍ କରିଛନ୍ତି । ହେମନ୍ତଙ୍କୁ ୯୫୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗାମଲିୟେଲ ହେମ୍ବ୍ରମଙ୍କୁ ୫୫୮୨୧ ଖଣ୍ଡ ଭୋଟ୍ ମିଳିଛି ।