ତେଲ ଅଭିଭ: ଗତ କିଛି ମାସ ଧରି ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଚାଲିଛି। ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି।
ଖବର ମୁତାବକ, ରବିବାର ଦିନ ହିଜବୁଲ୍ଲା ଇସ୍ରାଏଲ ଉପରେ ୨୫୦ରୁ ଅଧିକ ରକେଟ ମାଡ କରିଥିଲା। ଏହି ଆକ୍ରମଣରେ ଅତି କମରେ ୭ ଜଣ ଆହତ ହୋଇଥିବା ଜଣାଯାଇଛି।
ନିକଟରେ ଇସ୍ରାଏଲ, ହିଜବୁଲ୍ଲାର ଦକ୍ଷିଣ ବେରୁତ ଗଡ଼ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ପ୍ରତିଜବାବ ଦେବାକୁ ଯାଇ ହିଜବୁଲ୍ଲା ରବିବାର ଦିନ ରକେଟ ମାଡ କରିଥିଲା। ହିଜବୁଲ୍ଲାର ରକେଟ ଇସ୍ରାଏଲର ତେଲ ଅଭିବ ସହରରେ ପହଞ୍ଚିଥିଲା ବୋଲି ସୂଚନା ମିଳିଛି।
ଖବର ଅନୁଯାୟୀ, ଇସ୍ରାଏଲର ବାୟୁ ପ୍ରତିରକ୍ଷା ବାହିନୀ ହିଜବୁଲ୍ଲାର କିଛି ରକେଟକୁ ଅଟକାଇଥିଲେ। କିନ୍ତୁ ଆଉ କେତେକ ରକେଟ୍ ମଧ୍ଯ ଇସ୍ରାଏଲର ଘର ନଷ୍ଟ କରିଦେଇଥିଲା। ସେହିପରି ଆଉ କେତେକ ରକେଟ୍ ଇସ୍ରାଏଲର ତେଲ ଅଭିଭ ଅଞ୍ଚଳରେ ମଧ୍ୟ ପହଞ୍ଚିଥିଲା। ତେବେ ଏହି ଆକ୍ରମଣରେ ୭ଜଣ ଆହତ ହୋଇଥିବା ଜଣାପଡିଛି।
ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଦୁଇଟି ଭିଡିଓ ପୋଷ୍ଟ କରି ହେଜବୁଲ୍ଲା ରକେଡ ମାଡ଼ ଉପରେ ସୂଚନା ଦେଇଛି। ଗୋଟିଏ ଭିଡିଓରେ ଏକ ଘର ଉପରେ ରକେଟ୍ ମାଡ଼ କରୁ ଥିବାବେଳେ ଅନ୍ୟ ଭିଡ଼ିଓରେ ଏକ କାର୍ ଜଳି ଯାଇଛି।