Latest Odisha News

BREAKING NEWS

ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ଆମେରିକା ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ତେଲେଙ୍ଗାନାର କଂଗ୍ରେସ ସରକାର କମ୍ପାନୀକୁ ୧୦୦ କୋଟି ଟଙ୍କା ଫେରସ୍ତ କରିଛନ୍ତି।

ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ ହୋଇଥାନ୍ତା। ଯାହା ପାଇଁ କଂଗ୍ରେସ ସରକାର ବର୍ତ୍ତମାନ ମନା କରି ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପରୁ କୌଣସି ଟଙ୍କା ଗ୍ରହଣ ନକରିବାକୁ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ ଆମେ ଆଦାନୀ ଗ୍ରୁପକୁ ଏକ ଚିଠି ଲେଖି କହିଛୁ ଯେ ରାଜ୍ୟ ସରକାର ଆଦାନୀ ଗ୍ରୁପ୍ ଦେଇଥିବା ୧୦୦ କୋଟି ଟଙ୍କାର ଅନୁଦାନ ଗ୍ରହଣ କରିବେ ନାହିଁ। ବିବାଦୀୟ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀରୁ ଟଙ୍କା ଗ୍ରହଣ କରିବା ରାଜ୍ୟ ନୀତି ବିରୁଦ୍ଧ।

ଉଲ୍ଲେଖଯୋଗ୍ୟ, ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ମୁଖ୍ୟଙ୍କ ଉପରେ ବଡ଼ ଠକେଇ ଏବଂ ଲାଞ୍ଚ ଅଭିଯୋଗ ଲଗାଇଛି ଆମେରିକାର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ସିଇସି)। ଗୌତମ ଅଦାନୀ ଆମେରିକୀୟ ନିବେଶକଙ୍କୁ ଠକିଛନ୍ତି। ଏହା ଉପରେ ଆମେରିକାର କୋର୍ଟରେ ଶୁଣାଣି ପରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ ଜାରି କରାଯାଇଛି। ତେବେ ଏକ କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି ଯେଉଁ କଣ୍ଟ୍ରାକ୍ଟରେ ୨୦ ବର୍ଷ ମଧ୍ୟରେ ୨ ବିଲିୟନ ଡଲାରର ଲାଭ ହୋଇପାରିଥାନ୍ତା। କେବଳ ଏତିକି ନୁହେଁ ଭାରତର ବୃହତ୍ତମ ସୋଲାର ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ଭାରତୀୟ ସରକାରୀ କର୍ମଚାରୀଙ୍କୁ ପ୍ରାୟ ୨୬୫ ନିୟୁତ ଡଲାର ଲାଞ୍ଚ ପ୍ରଦାନ କରିଥିବା ମଧ୍ଯ ଅଭିଯୋଗ ହୋଇଛି।

ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସେଗୁଡିକୁ ଭିତ୍ତିହୀନ ବୋଲି କହିଥିଲା।

 

Comments are closed.