ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।
ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦ୍ୱାରା ଆୟୋଜିତ ହେଉଛି।
ଆଇସିସି ଦ୍ବାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୮ ମସିହାରେ ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ ଉପରେ ବିଶେଷ ଧ୍ୟାନ ରହିବ।
ସୂଚନାଯୋଗ୍ୟ, ୨୦୧୯ରେ ଜୟ ଶାହା ବିସିସିଆଇର ସର୍ବ କନିଷ୍ଠ ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ଯେଉଁଥିରେ ସେ ରେକର୍ଡ ଭାଙ୍ଗୁଥିବା ଆଇପିଏଲ୍ ମିଡିଆ ରାଇଟ୍ସ ଡିଲ୍, ୱିମେନ୍ସ ପ୍ରିମିୟର ଲିଗ୍, ଟେଷ୍ଟ କ୍ରିକେଟ୍ କୁ ପ୍ରୋତ୍ସାହନ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜରିଆରେ ଭାରତୀୟ କ୍ରିକେଟକୁ ନୂତନ ଶିଖରକୁ ନେବାରେ ସାହାଯ୍ୟ କରିଥିଲେ।
Comments are closed.