Latest Odisha News

ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଖାଇଲେ ଘୁଷୁରୀ ମାଂସ!

ହିଞ୍ଜିଳି: ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଖାଇଲେ ଘୁଷୁରୀ ମାଂସ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଲବ ଗାଁରେ ଗତ ନଭେମ୍ବର ୨୪ ତାରିଖରେ ପରିବେଷଣ ହୋଇଥିଲା ପୌରାଣିକ ନାଟକ ରାମାୟଣ। ରାକ୍ଷସ ବେଶରେ ଥିବା କିଛି କିଳାକାର।ଏକ ଛୋଟ ଜୀବନ୍ତ ଘୁଷୁରୀକୁ ମଞ୍ଚ ଉପରକୁ ଆଣିଥିଲେ। ଏହାପରେ ସେମାନେ ଘୁଷୁରି କୁ ବାନ୍ଧି ଝୁଲାଇ ଦେଇଥିଲେ।

ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତିମାନେ ଆସି ଘୁଷୁରୀର ପେଟ ଚିରି ତା’ ଅନ୍ତବୁଜୁଳା ବାହାର କରି ଦେଇଥିଲେ। ଏହା ପରେ ଅନ୍ୟ ଜଣେ କଳାକାର ପାଟି ଲଗାଇ ଘୁଷୁରୀ ପେଟ ଭିତରୁ କିଛି ଅଂଶ ଟାଣି ଆଣି ତାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଧରି ମଞ୍ଚ ଉପରେ ଏଭଳି ଦୃଶ୍ୟ ଜାରି ରହିଥିଲା। ତେବେ ଏଭଳି ଘଟଣାକୁ ନେଇ ପଶୁ ପ୍ରେମୀ ଓ ସାଧାରଣ ଜନତାଙ୍କ ମଧ୍ଯରେ ଉଦବେଗ ପ୍ରକାଶ ପାଇଛି।

 

Comments are closed.