Latest Odisha News

BREAKING NEWS

ଘର ଜୋତା ବନାମ ଚପଲ, ଆସନ୍ତୁ ଜାଣିବା ପାର୍ଥକ୍ୟ… 

ଭୁବନେଶ୍ବର: ଚପଲ ଏବଂ ଘର ଜୋତା ମଧ୍ୟରେ ପାର୍ଥକ୍ୟ କ’ଣ? ଏହି ପୋଷ୍ଟ ଆପଣଙ୍କୁ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ଆପଣଙ୍କ ପାଇଁ କେଉଁ ପ୍ରକାର ଜୋତା ସର୍ବୋତ୍ତମ।

ଚପଲ କ’ଣ?

ଚପଲ (ସ୍ଲିପର) ହେଉଛି “ହାଲୁକା ଜୋତା ଯାହା ଘର ଭିତରେ ପିନ୍ଧାଯାଏ। ଏହା ଡଚ୍ ଶବ୍ଦ s’loffe ରୁ ଆସିଛି ଯାହାର ଅର୍ଥ ହେଉଛି “କୋମଳ ଚମଡା ଜୋତା”। ଯଦି ଆପଣ ସ୍ନିକରକୁ ଚପଲ ବୋଲି କହୁଛନ୍ତି କାରଣ ଏହା ନରମ ଏବଂ ଆରାମଦାୟକ ବୋଲି ତାହା ଅଧିକାଂଶ ଲୋକ ସଠିକ୍ ଭାବରେ ବୁଝି ପାରିବେ ନାହିଁ। ସ୍ନିକରକୁ ଏକ ଷ୍ଟ୍ରିଟ୍ ଜୋତା ବୋଲି ଭାବନ୍ତି।

ଚପଲଗୁଡିକ ହେଲା ଖୋଲା ଆଙ୍ଗୁଠି ବିଶିଷ୍ଟ କିମ୍ବା ଖୋଲା ଗୋଇଠି ଯୁକ୍ତ ହୋଇଥାନ୍ତି ଓ ବାନ୍ଧିବାକୁ କିଛି ଫିତା ଦରକାର ପଡେ ନାହିଁ। ଏହାକୁ ଘର ଭିତରେ ପିନ୍ଧିବା ପାଇଁ ଡିଜାଇନ୍ କରାଯାଇଛି, ସାଧାରଣ ଭାବେ ଘର କିମ୍ବା ଆପାର୍ଟମେଣ୍ଟର ଆଖପାଖରେ ପିନ୍ଧାଯାଏ। ଚପଲ ଅନେକପ୍ରକାରର ଷ୍ଟାଇଲ,ରଙ୍ଗ ଏବଂ ସାମଗ୍ରୀରେ ତିଆରି ହୋଇଥାଏ। ଯେପରିକି ଚମଡା,ସୁଇଡ୍ କିମ୍ବା ଉଲ୍ ସାମଗ୍ରୀରେ ନିର୍ମିତ ହୁଏ।

ଯେଉଁଠାରେ ସେମାନେ ପିନ୍ଧିବେ ସେଠାକାର ପାଣିପାଗ ଅବସ୍ଥାକୁ ଦେଖି ଉକ୍ତ ସାମଗ୍ରୀର ବ୍ୟବହାର କରାଯାଏ। ଘର କିମ୍ବା ରୋଷେଇ ଘର ବୁଲିବା ସମୟରେ କାଠ ଚଟାଣ କୁମ୍ବା ଚିକ୍କଣ ଚଟାଣରେ ପାଦ ଖସି ନଯାଏ ଏହାକୁ ନିଜରେ ରଖିକି ନନ୍ ସ୍କିଡ୍ ସୋଲ୍ ରେ ଚପଲର ନିମ୍ନଭାଗ ତିଆରି ହୋଇଥାଏ।

ଘର ଜୋତା କ’ଣ?

ଘରର ଜୋତା ହେଉଛି “ରବର କିମ୍ବା ଅନ୍ୟାନ୍ୟ ନରମ ସାମଗ୍ରୀରେ ନିର୍ମିତ ଏକ ଘର ଜୋତା”

ଘରର ଜୋତା ଚପଲ ସହିତ ସମାନ, କାରଣ ବିନା ଫିତାରେ ସହଜରେ ପିନ୍ଧି ହୁଏ। ଚପଲ ଠାରୁ ଘରର ଜୋତା ଅଧିକ କାର୍ଯ୍ୟକ୍ଷମ ହୁଏ ଏକ ଜୋତା ପରି। ଘରର ଜୋତା ସାଧାରଣଭାବେ ହାଲୁକା ଏବଂ ଏକ ପତଳା ସୋଲ୍ ବିଶିଷ୍ଚ ଥାଏ, ଯାହା ଗ୍ରୀଷ୍ମ କିମ୍ବା ବସନ୍ତ ସମୟରେ ଘର ଚାରିପାଖରେ ପିନ୍ଧି ହୁଏ। ଯେତେବେଳେ ବାହାରେ ହାଲୁକା ଥଣ୍ଡା ଥାଏ ସେତେବେଳେ ମଧ୍ୟ ପିନ୍ଧି ହୁଏ। ଏହା ସାଧାରଣତଃ ହାଲୁକା ସାମଗ୍ରୀରୁ ତିଆରି ହୁଏ। ସୋଲ୍ ଏପରି ଥାଏ କେବଳ କାଠର ଫ୍ଲୋର୍ କିମ୍ବା ଟାଇଲ୍ ପରି ଚଟଣାରେ ଭଲରେ ଚାଲି ହେବ କିନ୍ତୁ ବରଫରେ ଏହି ଘରର ଜୋତା ପିନ୍ଧି ହେବ ନାହିଁ।

ସରଳରେ କହିବାକୁ ଗଲେ ଚପଲ ଗୁଡିକ ଗୋଇଠି ପାଖରେ ଖୋଲା ଥାଏ ଏବଂ ପିନ୍ଧିବା ଖୋଲିବା ପାଇଁ ନଇଁବାକୁ ପଡେ ନାହିଁ ଓ ଆପଣଙ୍କୁ ହାତର ବ୍ୟବହାର କରିବାକୁ ପଡେ ନାହିଁ। ଚପଲକୁ ଶୟନ କକ୍ଷରେ ବ୍ୟବହାର କରିଥାନ୍ତି କାରଣ ଶୀଘ୍ର ଏବଂ ସହଜରେ ଅନ୍ଧାରରେ ପିନ୍ଧି ହୁଏ। ମା’ମାନେ ଯେହେତୁ ତରତର ହୋଇ କାମ କରିନ୍ତି ସେମାନେ ଚପଲ ପସନ୍ଦ କରନ୍ତି।

ଘର ଜୋତାର ପରିଭାଷାରେ ପହଞ୍ଚିବା ସହଜ। ସରଳ ଭାବରେ କହିବାକୁ ଗଲେ, ଏହା ଏକ ଜୋତା ଶୈଳୀର ଯାହାକୁ ଆପଣ ଘରର ପାଖରେ ପିନ୍ଧି ବୁଲିପାରିବେ। ଜୋତାର ଗୋଇଠି ପାଖରେ କଭର ହୋଇ ରହିଥାଏ ଓ ପାଦକୁ ଆଚ୍ଛାଦନ କରିଥାଏ। ଏହାକୁ ପିନ୍ଧିବାକୁ ନଇଁବାକୁ ପ଼ଡିବ।

 

Comments are closed.